ବାତ୍ୟା ପାଇଁ ୫୪ ଟ୍ରେନ୍ ବାତିଲ୍

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟ ଅବପାତ ପଶ୍ଚିମ-ଉତ୍ତର-ପଶ୍ଚିମ ପ୍ରାନ୍ତକୁ ଗତିକରି ଗଭୀର ଅବପାତରେ ପରିଣତ ହୋଇଛି। ରବିବାର ସୁଦ୍ଧା ସାମୁଦ୍ରିକ ବାତ୍ୟା ‘ମିଚୌଙ୍ଗ୍‌’ରେ ପାଲଟିବ। ସେଥିପାଇଁ ୫୪ଟି ଟ୍ରେନ ବାତିଲ ହୋଇଛି।

ଖବର ଅନୁଯାୟୀ ଭାରତୀୟ ପାଣିପାଗ ବିଭାଗର ସୂଚନା ସାମୁଦ୍ରିକ ବାତ୍ୟା ପ୍ରଭାବରେ ଘଣ୍ଟା ପ୍ରତି ୮୦ରୁ ୯୦ କିଲୋମିଟର୍‌ ବେଗରେ ପବନ ବହିବା ସହିତ ପ୍ରବଳ ବର୍ଷା ହେବ। ଡିସେମ୍ବର ୫ ତାରିଖ ସନ୍ଧ୍ୟା ସୁଦ୍ଧା ବାତ୍ୟା ଆନ୍ଧ୍ରପ୍ରଦେଶ ଉପକୂବର୍ତ୍ତୀ ଅଞ୍ଚଳ ନେଲୁର୍ ଓ ମଛଲିପଟ୍ଟନମ୍ ମଧ୍ୟରେ ସ୍ଥଳଭାଗକୁ ପ୍ରବେଶ କରିବ। ଏହାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ୫୪ଟି ଟ୍ରେନ ବାତିଲ କରାଯାଇଛି। ଭୁବନେଶ୍ୱରରୁ ବାହାରିବାକୁ ଥିବା ଭୁବନେଶ୍ୱର-ତିରୁପତି, ଭୁବନେଶ୍ୱର-ବାଙ୍ଗାଲୋର ଏକ୍ସପ୍ରେସ, ବିଶାଖାପାଟଣାରୁ ବାହାରିବାକୁ ଥିବା ୩ଟି ଟ୍ରେନ ସହ ଅନ୍ୟ ଟ୍ରେନଗୁଡିକୁ ବାତିଲ କରାଯାଇଛି।

Leave a Reply

Your email address will not be published. Required fields are marked *

Back to top button