ବଲାଜିଲାନ୍ସ ରେଡଙ୍ଗୀର ଆୟୁର୍ବେଦିକ କଲେଜ ଆଣ୍ଡ ହସ୍ପିଟାଲ ଅଧ୍ୟକ୍ଷଙ୍କ ଘରେ ଭିଜିଲାନ୍ସ ରେଡ

ବଲାଙ୍ଗୀର : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗୀର ଆୟୁର୍ବେଦିକ କଲେଜ ଆଣ୍ଡ ହସ୍ପିଟାଲ ଅଧ୍ୟକ୍ଷ ପ୍ରଫେସର ସୁଦର୍ଶନ ବେହେରାଙ୍କ ଘରେ ଭିଜିଲାନ୍ସ ରେଡ। ବିପୁଳ ପରିମାଣର ସମ୍ପତ୍ତି ସମ୍ପର୍କରେ ଭିଜିଲାନ୍ସକୁ ସୂଚନା ମିଳିଥିବା ଜଣାପଡିଛି।

ଖବର ଅନୁଯାୟୀ ବଲାଙ୍ଗୀର ଆୟୁର୍ବେଦିକ କଲେଜ ଆଣ୍ଡ ହସ୍ପିଟାଲ ଅଧ୍ୟକ୍ଷ ପ୍ରଫେସର ସୁଦର୍ଶନ ବେହେରାଙ୍କ ବଲାଙ୍ଗୀର ଅଫିସ୍ ଓ ଘର ସମେତ ୬ଟି ସ୍ଥାନରେ ଗୁରୁବାର ସକାଳୁ ଭିଜିଲାନ୍ସ ଚଢ଼ଉ କରୁଛି। ପୁରୀ ଜିଲ୍ଲାରେ ଥିବା ୪ଟି ଘର ଓ ତାଙ୍କ ପତ୍ନୀଙ୍କ ସମ୍ବଲପୁର ସ୍ଥିତ କ୍ୱାର୍ଟର୍ସରେ ମଧ୍ୟ ଚଢ଼ଉ ହୋଇଛି। ଶ୍ରୀ ବେହେରାଙ୍କର ପୁରୀରେ ରହିଛି ୧୬ଟି ପ୍ଲଟ୍। ତିନିଟି ବହୁମହଲା ବିଶିଷ୍ଟ ଘର, ତିନିଟି ଦାମୀ କାର୍ ଓ ଗୋଟିଏ ବାଇକ୍। କାରର ମୂଲ୍ୟ ସମୁଦାୟ ୩୨ ଲକ୍ଷ ଟଙ୍କା ବୋଲି ଆକଳନ କରାଯାଇଛି। ଏହାଛଡ଼ା ତାଙ୍କ ନାମରେ ୫୦ ଲକ୍ଷ ଟଙ୍କାର ସ୍ଥାୟୀ ଜମା ରହିଛି। ବୀମା ଓ ଅନ୍ୟ ପୁଞ୍ଜି ବିନିଯୋଗ ଉପରେ ଭିଜିଲାନ୍ସ ଖୋଳତାଡ଼ କରୁଥିବା ବେଳେ ସଂପୂର୍ଣ୍ଣ ତଥ୍ୟ ମିଳିନାହିଁ।

ସୂଚନାଯୋଗ୍ୟ ସୁଦର୍ଶନ ବେହେରାଙ୍କ ବଲାଙ୍ଗୀରର ଅଫିସ, ପୁରୀ ଜିଲ୍ଲା ସାକ୍ଷୀଗୋପାଳ ଜୟପୁର ପୈତୃକ ଗାଁ, ସତ୍ୟବାଦୀ ଥାନା ନାହାଳ, କାଶୀହରିପୁର, ସିମିଳି ସୋରିଷିଆପଦାରେ ଥିବା ସଂପର୍କୀୟଙ୍କ ଗାଁ ସମ୍ବଲପୁର ସ୍ଥିତ ସିଆରପିଏଫ୍ କ୍ୟାମ୍ପସରେ ଥିବା ପତ୍ନୀଙ୍କ କ୍ୱାର୍ଟର୍ସରେ ଭିଜିଲାନ୍ସ ଚଢ଼ଉ ହୋଇଛି।

Leave a Reply

Your email address will not be published. Required fields are marked *

Back to top button