ଉତ୍ତରପ୍ରଦେଶରୁ ଆଇଏସଆଇ ଏଜେଣ୍ଟ୍ ଗିରଫ

ମେରଠ : ପଶ୍ଚିମ ଉତ୍ତରପ୍ରଦେଶର ଶାମଲି ଜିଲ୍ଲାରୁ ଜଣେ ଆଇଏସଆଇ ଏଜେଣ୍ଟଙ୍କୁ ୟୁପି ଏସଟିଏଫ ଗିରଫ କରିଛି। ତାଙ୍କ ନାଁ କଲିମ୍। ସେ ପାକିସ୍ତାନକୁ ଭାରତୀୟ ସେନାର ଗୁପ୍ତ ତଥ୍ୟ ପଠାଉଥିଲେ ବୋଲି ଜଣାପଡ଼ିଛି।

ଖବର ଅନୁଯାୟୀ କାଲିମ୍ ପାକିସ୍ତାନର ଆତଙ୍କବାଦୀ ଦିଲଶାଦ ଓରଫ ମିର୍ଜାଙ୍କ ସହ ଯୋଗାଯୋଗରେ ଥିଲେ। ହ୍ୱାଟ୍ସଆପ୍ ଓ ଅନ୍ୟାନ୍ୟ ସୋସିଆଲ ସାଇଟ୍ ମାଧ୍ୟମରେ ଭାରତୀୟ ସେନାର କାଗଜପତ୍ର-ଫଟୋ ପଠାଉଥିଲେ। ଏସଟିଏଫ୍ ମେରଠ ୟୁନିଟରେ କଲିମକୁ ଗିରଫ କରିବା ସହ ଶାମଲି ଜିଲ୍ଲାର କୋତୱାଲିରେ ଏକ ମାମଲା ରୁଜୁ କରିଛି।

ଏସଟିଏଫ ଅଧିକାରୀଙ୍କ କହିଛନ୍ତି କାଲିମ ପାକିସ୍ତାନର ଆତଙ୍କବାଦୀ ସଂଗଠନ ଇଶାରାରେ ବେଆଇନ ଅସ୍ତ୍ରଶସ୍ତ୍ର ଯୋଗାଉଥିଲା। ଆଉ ମୁସଲମାନ ଯୁବକଙ୍କୁ ଆତଙ୍କବାଦୀ ହେବାକୁ ପ୍ରବର୍ତ୍ତାଉଥିଲା। ସେ ନକଲି ଆଇଡିରେ ଅନେକ ସିମ୍ କିଣିଥିବା ବେଳେ ତା’ ମୋବାଇଲରୁ କିଛି କାଗଜପତ୍ର ମିଳିଛି। ଯାହା ଲାହୋରର ଆତଙ୍କବାଦୀ ଦିଲଶାଦ ଓରଫ ଶେଖ୍ ଖାଲିଦଙ୍କୁ ପଠାଯାଇଛି। କଲିମ ୪/୫ ଦିନ ତଳେ ପାକିସ୍ତାନରୁ ଭାରତ ଆସି ଲୋକଙ୍କୁ ଜିହାଦ ପ୍ରଚାର ପାଇଁ ପ୍ରେରଣା ଦେଉଥିଲା। ସେ ଭାରତରେ ମୁଜାହିଦ୍ଦିନର ଏକ ଗୋଷ୍ଠୀ ଗଠନ ପ୍ରକ୍ରିୟାରେ ନିୟୋଜିତ ଥିଲା।

Leave a Reply

Your email address will not be published. Required fields are marked *

Back to top button