ମୋଟାହେବା ଖାଦ୍ୟର ଗୁଣ ଉପରେ ନିର୍ଭର କରେ

ବୋଷ୍ଟନ : ସାଧାରଣତଃ ଅଧିକ ଖାଇବା ଯୋଗୁ ପିଲାଟି ମୋଟା ହୋଇଯାଏ ବୋଲି ଯେଉଁ ଧାରଣା ରହିଛି। କିନ୍ତୁ ଏହା ଠିକ ନୁହେଁ। ପ୍ରକ୍ରିୟାକୃତ (ପ୍ରୋସେସଡ) ଖାଦ୍ୟ ହିଁ ଶରୀରର ଚର୍ବି ବୃଦ୍ଧିରେ ସହାୟକ ହୋଇଥାଏ ବୋଲି ଅଧ୍ୟୟନରୁ ଜଣାପଡିଛି।

ଆମେରିକାନ ଜର୍ଣ୍ଣାଲ ଅଫ କ୍ଲିନିକାଲ ନ୍ୟୁଟ୍ରିସନରେ ପ୍ରକାଶିତ ଅଧ୍ୟୟନ ରିପୋର୍ଟରେ ଲୋକଙ୍କ ଧାରଣାକୁ ଖଣ୍ଡନ କରାଯାଇଛି। ଖାଦ୍ୟରେ ସୀମିତ ମାତ୍ରାରେ କ୍ୟାଲୋରୀ ଓଜନ ହ୍ରାସରେ କେବେବି ସହାୟକ ହୋଇ ନପାରେ ବୋଲି ଗବେଷକମାନେ କହିଛନ୍ତି। ହାଭାର୍ଡ ମେଡିକାଲ ସ୍କୁଲର ବୋଷ୍ଟନ ଚିଲ୍ଡ୍ରେନସ ହସ୍ପିଟାଲ ପ୍ରଫେସର ଡାଭିଡ ଲୁଡୱିଗ୍ ଅଧ୍ୟୟନରୁ କାର୍ବୋହାଇଡ୍ରେଟ-ଇନସୁଲିନ ମଡେଲ ଓଜନ ହ୍ରାସ ଦିଗରେ ସହାୟକ ହୋଇ ପାରୁଥିବା କହିଛନ୍ତି। ତେଣୁ ଓଜନ ବୃଦ୍ଧିର ବାୟୋଲଜିକାଲ କାରଣକୁ ବୁଝିବାରେ ଏନେର୍ଜି ବାଲାନ୍ସ କେବେବି ସହାୟକ ହେବନାହିଁ ବୋଲି ସେ କହିଛନ୍ତି।

ଡେଭିଡଙ୍କ ମତ ଅନୁଯାୟୀ ଶାରୀରିକ ବିକାଶ ସମୟରେ କିଶୋରମାନେ ଦୈନିକ ଅନୁନ୍ୟ ୧୦୦୦ କ୍ୟାଲୋରୀ ପର୍ଯ୍ୟନ୍ତ ଖାଦ୍ୟ ବଢାଇ ପାରନ୍ତି। ଏହାମାନେ ନୁହେଁ ସେମାନେ ଅଧିକ ଭୋକିଲା ହୋଇ ଅଧିକ ଖାଦ୍ୟ ଖାଇ ଦେଉଥିବାରୁ ମୋଟା ହୋଇଯିବେ। ମୋଟାପାର ମୁଖ୍ୟ କାରଣ ବଜାରରେ ଶସ୍ତାଦରରେ ମିଳୁଥିବା ପ୍ରୋସେସଡ ଫୁଡ। ଯାହାକୁ ଖାଇବା ଯୋଗୁ ଶରୀର ପ୍ରତିକ୍ରିୟା ପ୍ରକାଶ କରିଥାଏ। ପ୍ରୋସେସଡ ଫୁଡରେ ଅଧିକ ପରିମାଣର କାର୍ବସ ଖାଇବା ଦ୍ୱାରା ଶରୀର ଗ୍ଲୁକାଗନ କ୍ଷରଣ ନିୟନ୍ତ୍ରଣ କରୁଥିବା ଇନସୁଲିନ କ୍ଷରିତ ହୋଇଥାଏ। ଯାହା କୋଷଗୁଡିକରେ ଅଧିକ କ୍ୟାଲୋରୀ ଗଚ୍ଛିତ କରିବା ସହ ମେଟାବୋଲିଜିନ ପ୍ରକ୍ରିୟା କରାଇ ଦେଇ ନଥାଏ। ଫଳରେ ମାଂସପେଶୀକୁ ଯଥେଷ୍ଟ ଶକ୍ତି ନ ଦେବା କାରଣରୁ ଶରୀରରେ ଚର୍ବି ଜମା ହୁଏ। ମନ୍ଥର ମେଟୋବଲିଜିନ ଲାଗି ଶରୀରରେ ଇନ୍ଧନ ସଂରକ୍ଷଣ ହୋଇପାରେନାହିଁ ଓ ବାରମ୍ବାର ଭୋକଲାଗିବା ଭଳି ସମସ୍ୟା ସୃଷ୍ଟି କରି ଚର୍ବି ଜମା କରିବାରେ ସହାୟକ ହୁଏ।

Leave a Reply

Your email address will not be published. Required fields are marked *

Back to top button