ସ୍କୁଲ ଶିକ୍ଷାର ମାନ ହ୍ରାସ : ୨୪ତମ ସ୍ଥାନରେ ଓଡ଼ିଶା

ଭୁବନେଶ୍ଵର : କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ବିଭାଗ ପକ୍ଷରୁ ପର୍ଫର୍ମାନ୍ସ ଗ୍ରେଡିଂ ଇଣ୍ଡେକ୍ସ ପ୍ରକାଶ ପାଇଛି। ଏଥିରେ ଓଡ଼ିଶାର ପ୍ରଦର୍ଶନ ତଳକୁ ଖସିଛି। ୨୦୨୦-୨୧ ଶିକ୍ଷାବର୍ଷରେ ଓଡ଼ିଶା ୧୦ମ ସ୍ଥାନରେ ଥିଲା। ଏଥର ୨୪ତମ ସ୍ଥାନରେ ରହିଛି।

ଖବର ଅନୁଯାୟୀ ଶିକ୍ଷାର ଗୁଣବତ୍ତା, ବିଦ୍ୟାଳୟକୁ ପ୍ରବେଶ ସୁବିଧା, ଭିତ୍ତିଭୂମି, ଶିକ୍ଷକ ଶିକ୍ଷା ଓ ତାଲିମ ନେଇ ସାରା ଦେଶରେ ସର୍ଭେ କରାଯାଇଥିଲା। କିନ୍ତୁ ଓଡ଼ିଶା ପଛରେ ରହିଛି। ରାଜ୍ୟର ଜଗତସିଂହପୁର, କଟକ, ଭଦ୍ରକ, ଗଂଜାମ, ପୁରୀ ଓ ଖୋର୍ଦ୍ଧାର ଗ୍ରେଡ୍ ଅତି ଉତ୍ତମ ଥିବାବେଳେ ୨୨ଟି ଜିଲ୍ଲାର ଗ୍ରେଡ୍ ଉତ୍ତମ ରହିଛି। ସବୁଠାରୁ ତଳେ ରହିଛି ରାୟଗଡ଼ା ଓ କୋରାପୁଟର ଗ୍ରେଡ୍।

Leave a Reply

Your email address will not be published. Required fields are marked *

Back to top button