ଚିଙ୍ଗୁଡ଼ି ଘେରି : ସୁପ୍ରିମକୋର୍ଟରେ ରାଜ୍ୟ ସରକାରଙ୍କ ସତ୍ୟପାଠ ଦାଖଲ

ଭୁବନେଶ୍ଵର : ଚିଙ୍ଗୁଡ଼ି ଘେରି ପାଇଁ ଚିଲିକାର ପ୍ରାକୃତିକ ସୋନ୍ଦର୍ଯ୍ୟ ନଷ୍ଟ ମାମଲାରେ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି। ଏଥିରେ ଦର୍ଶାଯାଇଛି ରାଜ୍ୟ ବାହାର ଦୁଇ ଏକ୍ସପର୍ଟ ଟିମ୍ ସହ ସରକାର ଆଲୋଚନା କରିଛନ୍ତି। ଜାନୁଆରି ୩୦ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ଖବର ଅନୁଯାୟୀ ଆଦ୍ରଭୂମିର ସୁରକ୍ଷା ପାଇଁ ବେଆଇନ୍ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ଆବଶ୍ୟକ ବୋଲି କୋର୍ଟ ଦର୍ଶାଇଥିଲେ। ଡ୍ରୋନରେ ପାଟ୍ରୋଲିଂ କରି ବେଆଇନ୍ ଚିଙ୍ଗୁଡ଼ି ଘେରି ଚିହ୍ନଟ ପାଇଁ ହାଇକୋର୍ଟ ପୂର୍ବରୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ହାଇକୋର୍ଟ ନିଜେ ଏହି ମାମଲାର ଆବେଦନକାରୀ ହୋଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button