ରାଜୀବ-ଚାରୁଙ୍କ ଛାଡପତ୍ର

ମୁମ୍ଵାଇ : ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନଙ୍କ ଭାଇ ରାଜୀବ ସେନ ଓ ଭାଉଜ ଚାରୁ ଆସୋପାଙ୍କ ମଧ୍ୟରେ ବିବାହ ବିଛେଦ ଘଟିଛି।

ଖବର ଅନୁଯାୟୀ ଛାଡପତ୍ର ପରେ ରାଜୀବ ଇନଷ୍ଟାଗ୍ରାମ ଷ୍ଟୋରୀରେ ଚାରୁଙ୍କ ସହ ଏକ ଫଟୋ ସେୟାର କରିଛନ୍ତି। କ୍ୟାପସନ୍‌ରେ ଲେଖିଛନ୍ତି- ସେମାନେ ଶେଷରେ ଅଲଗା ହୋଇଯାଇଛନ୍ତି। ବିଦାୟ ନୁହେଁ କେବଳ ଦୁଇଜଣ ବ୍ୟକ୍ତି ଯେଉଁମାନେ ପରସ୍ପର ରହିପାରିଲେନି। କିନ୍ତୁ ପ୍ରେମ ରହିବ। ଆମେ ସବୁବେଳେ ଆମ ଝିଅ ପାଇଁ ମାତା ଓ ପିତା ରହିବୁ।

ସୂଚନାଯୋଗ୍ୟ ରାଜୀବ ଓ ଚାରୁଙ୍କ ବିବାହ ୪ବର୍ଷ ପୂରଣ ହେବାର ଗୋଟିଏ ଦିନ ପୂର୍ବରୁ ଦୁହିଁଙ୍କ ଛାଡପତ୍ର ହୋଇଛି। ଚାରୁ ଓ ରାଜୀବ ୨୦୧୯ରେ ଗୋଆରେ ବିବାହ କରିଥିଲେ। ପ୍ରଥମ ବିବାହ ବାର୍ଷିକୀ ପୂର୍ବରୁ ସମସ୍ୟା ସୃଷ୍ଟି ହେବାରୁ ବିବାହ ବାର୍ଷିକୀ ପାଳନ କରିନଥିଲେ। ଦୁହେଁ ଦାମ୍ପତ୍ୟ ଜୀବନକୁ ଠିକ୍‌ କରିବା ପାଇଁ ଜିନିଷ ଚେଷ୍ଟା କରିଥିଲେ ମଧ୍ୟ ତାହା ହୋଇନଥିଲା। କାରଣ ଉଭୟ ପରସ୍ପର ଉପରେ ଅଭିଯୋଗ ଆଣିଥିଲେ। ଶେଷରେ ଏହି ମାମଲାର ୨୦୨୩ ଜୁନ୍ ୮ ତାରିଖ ଚୁଡାନ୍ତ ରାୟ ଦୁହିଁଙ୍କୁ ପରସ୍ପରଠାରୁ ଅଲଗା କରିଦେଇଛି।

Leave a Reply

Your email address will not be published. Required fields are marked *

Back to top button