ଶିଖର ଧୱନ ଓ ପତ୍ନୀ ଆୟେଶାଙ୍କ ବିବାହ ବିଚ୍ଛେଦ

ନୂଆଦିଲ୍ଲୀ : ଦୀର୍ଘ ୮ ବର୍ଷ ବୈବାହିକ ଜୀବନଯାପନ ପରେ ଟିମ୍‌ ଇଣ୍ଡିଆର ଓପନର ଶିଖର ଧୱନ ଓ ପତ୍ନୀ ଆୟେଶା ମୁଖାର୍ଜୀଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇଛି। ଆୟେଶା ଇନଷ୍ଟାଗ୍ରାମରେ ଏ ସମ୍ପର୍କରେ ପୋଷ୍ଟ କରି ସମଗ୍ର ଦେଶକୁ ଖବର ଦେଇଛନ୍ତି।

ସୂଚନାଯୋଗ୍ୟ ୨୦୧୨ ମସିହାରେ ଶିଖର ଧୱନ ମେଲବର୍ଣ୍ଣର ବକ୍ସର ଆୟେଶାଙ୍କୁ ପ୍ରେମ ବିବାହ କରିଥିଲେ। ଆୟେଶା ପୂର୍ବରୁ ବିବାହ କରିଥିଲେ। ପ୍ରଥମ ସ୍ୱାମୀଙ୍କ ଠାରୁ ତାଙ୍କର ଦୁଇ କନ୍ୟା ସନ୍ତାନ ଜନ୍ମ ନେଇଥିଲେ ହେଁ ଧୱନ ସମସ୍ତଙ୍କୁ ଆପଣାଇ ନେଇଥିଲେ। ଧୱନ-ଆୟେଶାଙ୍କର ଜୋରାଭର ନାମରେ ଗୋଟିଏ ପୁତ୍ର ସନ୍ତାନ ରହିଛି। ଦୁଇଜଣଙ୍କ ମଧ୍ୟରେ ଭଲ ପାଇବା ଏତେ ଅଧିକ ଥିଲା ସବୁଆଡ଼େ ଦୁହେଁ ଏକାଠି ଯାଉଥିଲେ। ଧୱନଙ୍କ ପ୍ରତିଟି ମ୍ୟାଚ୍‌ରେ ଉପସ୍ଥିତ ରହୁଥିଲେ ଆୟେଶା। ୨୦୧୨ରେ ଧୱନ ଓ ଆୟେଶା ବିବାହ କରିବା ପରେ ୨୦୧୪ରେ ଦମ୍ପତିଙ୍କର ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଶିଖର ଧୱନଙ୍କ ବୟସ ୩୫ ଓ ଆୟେଶାଙ୍କ ବୟସ ୪୬ ବର୍ଷ।

ଆୟେଶା ଇନଷ୍ଟାଗ୍ରାମରେ ବିବାହ ବିଚ୍ଛେଦ ସମ୍ପର୍କରେ ପୋଷ୍ଟ କରି କହିଛନ୍ତି ଥରେ ଛାଡ଼ପତ୍ର ହେବା ପରେ ଲାଗୁଥିଲା ଦ୍ୱିତୀୟ ଥର ଅନେକ କିଛି ବାଜିରେ ଲାଗିଛି। ମୋତେ ଅନେ କିଛି ପ୍ରମାଣ କରିବାକୁ ପଡ଼ିବ। ତେଣୁ ଯେତେବେଳେ ମୋର ଦ୍ୱିତୀୟ ବିବାହ ବିଚ୍ଛେଦ ହେଲା, ତା’ହା ଅତ୍ୟନ୍ତ ଭୟଙ୍କର ଥିଲା। ମୁଁ ଭାବୁଥିଲି ଛାଡ଼ପତ୍ର ଗୋଟିଏ ଖରାପ ଶବ୍ବ। କିନ୍ତୁ ମୋର ଦୁଇଥର ଛାଡ଼ପତ୍ର ହୋଇଗଲା।

ଆୟେଶା ପ୍ରଥମେ ଜଣେ ଅଷ୍ଟ୍ରେଲୀୟ ବ୍ୟବସାୟୀଙ୍କୁ ବିବାହ କରିଥିଲେ। ପ୍ରଥମ ବିବାହରୁ ଆୟେଶାଙ୍କର ଦୁଇଟି ଝିଅ ଅଛନ୍ତି। ତାଙ୍କର ପ୍ରଥମ ଝିଅ ଆଲିଆ ୨୦୦୦ ମସିହାରେ ଓ ୨୦୦୫ରେ ରେହା ନାଁରେ ଦ୍ୱିତୀୟ କନ୍ୟା ସନ୍ତାନ ଜନ୍ମ ଗ୍ରହଣ କରିଥିଲା।

Leave a Reply

Your email address will not be published. Required fields are marked *

Back to top button