୨୩ରେ ହୀରାକୁଦ ଡ୍ୟାମରୁ ଛଡ଼ାଯିବ ପ୍ରଥମ ବନ୍ୟାଜଳ

ସମ୍ବଲପୁର : ହୀରାକୁଦ ଜଳଭଣ୍ଡାର ଉପର ମୁଣ୍ଡରେ ବର୍ଷା ଯୋଗୁ ଜଳସ୍ତର ବୃଦ୍ଧି ପାଉଛି। ସେଥିପାଇଁ ଚଳିତ ମାସ ୨୩ ତାରିଖ ସକାଳ ୯ଟାରେ ବନ୍ୟାଜଳ ନିଷ୍କାସନ କରାଯିବ। ବୁର୍ଲା ହୀରାକୁଦ ହେଡ ୱାର୍କ୍ସ ଓ ଅତିରିକ୍ତ ସ୍ପିଲୱେର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ସୁଶୀଳ ବେହେରା ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଗେଟ୍ ଖୋଲାଗଲେ ହୀରାକୁଦ ଡ୍ୟାମ୍‌ର ତଳମୁଣ୍ଡରେ ମହାନଦୀ ଓ ଶାଖା ନଦୀ ଗୁଡ଼ିକର ଜଳସ୍ତର ବୃଦ୍ଧି ପାଇବ। ତେଣୁ ନଦୀ ମଧ୍ୟକୁ ପ୍ରବେଶ ଓ ଅନ୍ୟାନ୍ୟ ବ୍ୟବହାର ପାଇଁ ଡ୍ୟାମ୍‌ର ତଳମୁଣ୍ଡରେ ବସବାସ କରୁଥିବା ଲୋକେ ସତର୍କତା ଅବଲମ୍ବନ କରିବା ଆବଶ୍ୟକ।

ଖବର ଅନୁଯାୟୀ ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୩୦ ଫୁଟ ରହିଥିବା ବେଳେ ଏବେ ଜଳପତ୍ତନ ୬୧୧. ୫୨ ଫୁଟରେ ପହଞ୍ଚିଲାଣି। ଗୁରୁବାର ମଧ୍ୟାହ୍ନ ୧୨ଟାରେ ହୀରାକୁଦ ଜଳଭଣ୍ଡାରକୁ ସେକେଣ୍ଡ ପିଛା ୧,୪୦,୦୪୮ କ୍ୟୁସେକ୍‌ ଜଳ ପ୍ରବେଶ କରୁଥିଲା। ଏହି ସମୟରେ ଜଳଭଣ୍ଡାରରୁ ‌ସେକେଣ୍ଡ ପିଛା ୩୯,୭୫୩ କ୍ୟୁସେକ ଜଳ ନିଷ୍ପାସନ ହେଉଥିଲା। ପାୱାର ଚେନାଲ ମାଧ୍ୟୟମରେ ୩୬,୫୪୪, ଚାଷ ପାଇଁ ୨୯୨୫ କ୍ୟୁସେକ ଜଳ ନିଷ୍କାସନ ହେଉଛି। ବିଏମସି ପାଇଁ ୨୩୭୫ କ୍ୟୁସେକ, ଏସଏମସି ପାଇଁ ୫୦୦ କ୍ୟୁସେକ, ସମ୍ବଲପୁର ପାଇଁ ୫୦ ଓ ଶିଳ୍ପ ପାଇଁ ୨୭୪କ୍ୟୁସେକ ଜଳ ନିଷ୍କାସନ ଜାରି ରହିଛି।

Leave a Reply

Your email address will not be published. Required fields are marked *

Back to top button