ଗୋଟିଏ ଶିକ୍ଷାବର୍ଷରେ ହେବ ଦୁଇଥର ବୋର୍ଡ ପରୀକ୍ଷା

ନୂଆଦିଲ୍ଲୀ : ଏଣିକି ବର୍ଷକୁ ଦୁଇଥର ବୋର୍ଡ ପରୀକ୍ଷା ଅନୁଷ୍ଠିତ ହେବ। ଏଥିପାଇଁ ପ୍ରସ୍ତୁତ ଚାଲିଥିବା ବେଳେ ଏକାଦଶ ଓ ଦ୍ୱାଦଶ ଶ୍ରେଣୀର ପିଲାମାନେ ଦୁଇଟି ଭାଷାରେ ପାଠ ପଢିବାକୁ ବାଧ୍ୟ ହେବେ।

ଖବର ଅନୁଯାୟୀ କେନ୍ଦ୍ର ଶିକ୍ଷାମନ୍ତ୍ରଣାଳୟ ବୁଧବାର ନୂଆ ଶିକ୍ଷା ନୀତି ଅନୁରୂପ ଶିକ୍ଷା ପ୍ରଣାଳୀରେ ବଡ ପରିବର୍ତ୍ତନ ଘୋଷଣା କରି କହିଛି ୨୦୨୪ ଶିକ୍ଷାବର୍ଷ ପାଇଁ ପାଠ୍ୟ ପୁସ୍ତକର ବିକଶିତ କରାଯିବ। ଏହି ନୂଆ ବ୍ୟବସ୍ଥାରେ ବର୍ଷକୁ ଦୁଇଥର ବୋର୍ଡ ପରୀକ୍ଷା ହେବ। ଏଥିସହ ବୋର୍ଡ ପରୀକ୍ଷାରେ ମାସ ମାସର କୋଚିଂ ଓ ରୋଟ୍ ବଦଳରେ ଛାତ୍ରଛାତ୍ରୀଙ୍କ ବୁଝାମଣା ଏବଂ ଦକ୍ଷତା ସ୍ତର ମୂଲ୍ୟାଙ୍କନ କରାଯିବ।

ଶିକ୍ଷାମନ୍ତ୍ରଣାଳୟର ନୂଆ ପାଠ୍ୟକ୍ରମ ମୁତାବକ ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ପାଇଁ ଛାତ୍ର ଛାତ୍ରୀମାନଙ୍କୁ ସେମାନଙ୍କ ପସନ୍ଦର ବିଷୟ ଚୟନ କରିବାକୁ ସ୍ୱାଧୀନତା ମିଳିବ। ବିଦ୍ୟାଳୟ ବୋର୍ଡଗୁଡିକ ଠିକ୍ ସମୟରେ ଚାହିଦା ମୁତାବକ ପରୀକ୍ଷା କରାଇବାର କ୍ଷମତା ବିକଶିତ କରିପାରିବେ। ୨୦୨୪ ଶିକ୍ଷାବର୍ଷ ପାଇଁ ପାଠ୍ୟପୁସ୍ତକ ପ୍ରସ୍ତୁତ କରାଯିବ। ଏକାଦଶ ଓ ଦ୍ୱାଦଶ ଶ୍ରେଣୀର ପିଲାମାନଙ୍କୁ ଦୁଇଟି ଭାଷାରେ ପଢିବାକୁ ପଡିବ। ସେଥିମଧ୍ୟରୁ ଗୋଟିଏ ଭାରତୀୟ ଭାଷା ରହିବ।

Leave a Reply

Your email address will not be published. Required fields are marked *

Back to top button