ଅନଲାଇନ ଗେମିଂ ଉପରେ ଲାଗୁ ହେବ ୨୮% ଜିଏସଟି

ନୂଆଦିଲ୍ଲୀ : ଅନଲାଇନ୍ ଗେମିଂ, କ୍ୟାସିନୋ ଓ ଘୋଡ଼ାଚଢ଼ା ଭଳି କ୍ରୀଡ଼ା ଉପରେ ୨୮ ପ୍ରତିଶତ ଜିଏସଟି ଲାଗୁହେବ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୫୧ତମ ଜିଏସଟି ପରିଷଦ ବୈଠକରେ ଏହି ନିଷ୍ପତ୍ତି ହୋଇଛି।

ଖବର ଅନୁଯାୟୀ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗଣମାଧ୍ୟମକୁ କହିଛନ୍ତି ଅନଲାଇନ୍ ଗେମିଂ ଉପରେ ୨୮ ପ୍ରତିଶତ ଜିଏସଟି ଅକ୍ଟୋବର ୧ରୁ ଲାଗୁ ହେବ ବୋଲି ଆଶା କରାଯାଉଛି। କାର୍ଯ୍ୟକାରୀ ହେବାର ୬ ମାସ ପରେ ଏହାର ସମୀକ୍ଷା କରାଯିବ। ବୈଠକରେ ଅନଲାଇନ ଗେମିଂ ଉପରେ ୨୮ ପ୍ରତିଶତ ଜିଏସଟି ନିଷ୍ପତ୍ତିର ସମୀକ୍ଷା କରିବାକୁ ଦିଲ୍ଲୀ, ଗୋଆ ଓ ସିକ୍କିମ ଦାବି କରିଥିଲେ। କିନ୍ତୁ ମହାରାଷ୍ଟ୍ର,ଗୁଜରାଟ, ଛତିଶଗଡ଼, ପଶ୍ଚିମବଙ୍ଗ ଓ ବିହାର ସମେତ ଅନ୍ୟାନ୍ୟ ରାଜ୍ୟ ଏହାକୁ ଯଥାଶୀଘ୍ର କାର୍ଯ୍ୟକାରୀ କରିବାକୁ ସେ ଚାହୁଁଛନ୍ତି କହିଥିଲେ।

Leave a Reply

Your email address will not be published. Required fields are marked *

Back to top button