ଭାରତୀୟ ଚଳଚ୍ଚିତ୍ର ନିର୍ମାତାଙ୍କୁ ବାହାହେଲେ ପାକ୍ ଅଭିନେତ୍ରୀ ମଦିହା

ମୁମ୍ଵାଇ : ପାକିସ୍ତାନ ଅଭିନେତ୍ରୀ ମଦିହା ଇମାମ ଭାରତର ଚଳଚ୍ଚିତ୍ର ନିର୍ମାତା ମୋଜି ବାସରଙ୍କୁ ବିବାହ କରିଛନ୍ତି। ମଦିହା ଇନଷ୍ଟାରେ ସେୟାର କରିଥିବା ଫଟୋରେ ଦୁହେଁ ଖୁସି ମୁଡ୍‌ରେ ଅଛନ୍ତି। ତାଙ୍କ ସ୍ୱାମୀ କ୍ରିମ୍ ରଙ୍ଗର ଶେରୱାନି ଓ ମଦିହା ନାଲି ରଙ୍ଗର ସୁଟ୍‌ ପିନ୍ଧିଥିବା ଦେଖାଯାଇଛି।

ଏହି ଅଭିନେତ୍ରୀଙ୍କ ପଜେଟିଭ୍‌ ଲୁକ ଫଟୋ ଗୁଡ଼ିକୁ ପ୍ରଶଂସକମାନେ ପସନ୍ଦ କରୁଛନ୍ତି। ନିର୍ମାତା ମୋଜି ବାସରଙ୍କ ସହ ବିବାହ ପରେ ମଦିହା ଫଟୋ ସେୟାର କରି କ୍ୟାପସନ୍ ଲେଖିଛନ୍ତି ଆମ ଜୀବନର ଏହି ନୂତନ ଅଧ୍ୟାୟ ଆରମ୍ଭ କରିବାବେଳେ ତୁମ ପ୍ରାର୍ଥନା ଦରକାର। ଏଥିପାଇଁ ପ୍ରଶଂସକମାନେ ନବ ଦମ୍ପତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ମଦିହା ଇମାମ ଜଣେ ପାକିସ୍ତାନୀ ଭିଜେ ଅଭିନେତ୍ରୀ ତଥା ଟେଲିଭିଜନ ହୋଷ୍ଟ। ଏହାବ୍ୟତୀତ ଅନେକ ପାକିସ୍ତାନୀ ହିଟ୍ ସିରିଜରେ ଅଭିନୟ କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button