ବିସ୍ଫୋରକ ପ୍ୟାକେଜିଙ୍ଗ୍‌ କାରଖାନାରେ ବିସ୍ଫୋରଣ : ୯ ମୃତ

ନାଗପୁର : ମହାରାଷ୍ଟ୍ରର ନାଗପୁରରେ ଆଜି ସକାଳେ ଏକ ବିସ୍ଫୋରକ ପ୍ୟାକେଜିଙ୍ଗ୍‌ କାରଖାନାରେ ବିସ୍ଫୋରଣ ଘଟିଛି। ଏହି ଦୁର୍ଘଟଣାରେ ୯ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଥିବା ଜଣାପଡିଛି।

ଖବର ଅନୁଯାୟୀ ବଜାରଗାଓଁ ଅଞ୍ଚଳରେ ସୋଲାର୍‌ ଇଣ୍ଡ‌ଷ୍ଟ୍ରିଜ୍‌ ଲିମିଟେଡ୍‌ ନାମକ କମ୍ପାନିରେ ରବିବାର କୋଇଲା ଫଟାଇବା ଲାଗି ବ୍ୟବହାର ବିସ୍ଫୋରକ ପ୍ୟାକିଙ୍ଗ୍‌ ବେଳେ ବିସ୍ଫୋରଣ ଘଟିଥିବା କୁହାଯାଉଛି। ଏଥିରେ ଆହତଙ୍କ ମଧ୍ୟରୁ କେତେଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ନାଗପୁର ଗ୍ରାମାଞ୍ଚଳ ପୋଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ହର୍ଷ ପୋଦ୍ଦାର୍‌ କହିଛନ୍ତି ବିସ୍ଫୋରଣରେ ୯ଜଣଙ୍କର ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ ଏହି କମ୍ପାନି ଦେଶର ପ୍ରତିରକ୍ଷା ବିଭାଗକୁ ବିସ୍ଫୋରକ ଓ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇ ଥାଏ।

Leave a Reply

Your email address will not be published. Required fields are marked *

Back to top button