ପିଇଓଙ୍କ ଘରେ ଭିଜିଲାନ୍ସ ରେଡ

ବଲାଙ୍ଗିର : ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ମୁରିବାହାଲ ବ୍ଲକ ଚଲକୀ ପଞ୍ଚାୟତର ପିଇଓ ବିଶ୍ୱମ୍ବର ଭୋଇଙ୍କ ଘରେ ଆଜି ଭିଜିଲାନ୍ସ ଚଢ଼ଉ କରିଛି। ବିଶ୍ୱମ୍ବରଙ୍କ କାର୍ଯ୍ୟାଳୟ ସହିତ ତିମିଆଁ ସ୍ଥିତ ତାଙ୍କ ପୈତୃକ ଘର ଓ ପାଟଣାଗଡ଼ ଗଙ୍ଗା ସାଗର ବାସଭବନରେ ହୋଇଛି ଏକକାଳୀନ ଚଢ଼ଉ।

ବିଶ୍ୱମ୍ବରଙ୍କ ନାମରେ ଆୟ ବର୍ହିଭୂତ ସମ୍ପତି ଠୁଳ କରିଥିବା ପୂର୍ବରୁ ଅଭିଯୋଗ ହେଇଥିଲା। ଏହାକୁ ଭିତ୍ତିକରି ଆଜି ସକାଳେ ବରଗଡ଼, ସମ୍ବଲପୁର, ସୋନପୁର ଓ ବଲାଙ୍ଗିର ଜିଲ୍ଲାର ଭିଜିଲାନ୍ସ ଟିମ୍‌ ସାମିଲ ହୋଇ ଏକକାଳୀନ ଚଢ଼ଉ କରିଥିଲେ। କିନ୍ତୁ ବିଶ୍ୱମ୍ବ‌ର ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି ମୁଁ ଆୟ ବର୍ହିଭୂତ ସମ୍ପତି ଠୁଳ କରିନାହିଁ।

Leave a Reply

Your email address will not be published. Required fields are marked *

Back to top button