ଜିତୁ ପଟୱାରୀ ହେଲେ ମଧ୍ୟପ୍ରଦେଶ କଂଗ୍ରେସ ମୁଖ୍ୟ

ଭୋପାଳ: ଜିତୁ ପଟୱାରୀଙ୍କୁ ମଧ୍ୟପ୍ରଦେଶ କଂଗ୍ରେସ ସଭାପତି ନିଯୁକ୍ତି ଦିଆଯାଇଛି। ନିକଟରେ ଶେଷ ହୋଇଥିବା ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଏହି ପଦବୀରେ ଥିବା କମଳନାଥଙ୍କୁ ହଟାଇ ଦିଆଯାଇଛି।

ଖବର ଅନୁଯାୟୀ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଜିତୁ ପଟୱାରୀଙ୍କୁ ପ୍ରଦେଶ କଂଗ୍ରେସ ସଭାପତି ଭାବେ ନିଯୁକ୍ତି ଦେଇଛନ୍ତି। ଏହାଛଡା ଆଦିବାସୀ ନେତା ଉମଙ୍ଗ ସିନ୍ଧାର ହୋଇଛନ୍ତି ବିରୋଧୀ ଦଳ ନେତା। ଉଭୟ ନିଯୁକ୍ତିକୁ କଂଗ୍ରେସ ତତ୍କାଳ ପ୍ରଭାବରେ କାର୍ଯ୍ୟକାରୀ କରିଥିବାରୁ କମଲନାଥଙ୍କ ପରବର୍ତ୍ତୀ ପଦକ୍ଷେପ ଉପରେ ଏବେ ସମସ୍ତଙ୍କ ନଜର ରହିଛି। ସୂଚନାଯୋଗ୍ୟ ୫୦ ବର୍ଷୀୟ ଜିତୁ ପଟୱାରୀ ୨୦୧୩ରେ ପ୍ରଥମ ଥର ପାଇଁ ରାଉ ଆସନରୁ ବିଧାୟକ ନିର୍ବାଚିତ ହୋଇଥିଲେ।

Leave a Reply

Your email address will not be published. Required fields are marked *

Back to top button