ବିଜେପିର ୯ ନେତାଙ୍କୁ ୪ ରାଜ୍ୟ ଦାୟିତ୍ଵ

ନୂଆଦିଲ୍ଲୀ : ୨୦୨୪ ସାଧାରଣ ନିର୍ବାଚନ ଓ ଚଳିତ ବର୍ଷ ଶେଷ ଆଡ଼କୁ କେତୋଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ପ୍ରସ୍ତୁତି ଆରମ୍ଭ କରିଦେଇଛି। ସେଥିପାଇଁ ସାଂଗଠନିକ ସ୍ତରରେ କରାଯାଉଛି ପରିବର୍ତ୍ତନ।

ସେହିକ୍ରମରେ ଶୁକ୍ରବାର ୪ଟି ରାଜ୍ୟର ନିର୍ବାଚନ ପ୍ରଭାରୀଙ୍କ ନାମ ଘୋଷଣା କରିଛି ବିଜେପି। ରାଜସ୍ଥାନରେ ପ୍ରହ୍ଲାଦ ଯୋଶୀଙ୍କୁ ପ୍ରଭାରୀ ଦାୟିତ୍ୱ ଦିଆଯାଇଛି। ନୀତିନ ପଟେଲ ଓ କୁଲଦୀପ ବିଷ୍ଣୋଇ ହୋଇଛନ୍ତି ସହ ପ୍ରଭାରୀ। ଛତିଶଗଡ଼ରେ ଓପି ମାଥୁରଙ୍କୁ ପ୍ରଭାରୀ ଓ ମନସୁଖ ମାଣ୍ଡଭିୟାଙ୍କୁ ସହ ପ୍ରଭାରୀ ଦାୟିତ୍ୱ ଦିଆଯାଇଛି।

ସେହିପରି ମଧ୍ୟପ୍ରଦେଶ ପ୍ରଭାରୀ ଭାବେ ଭୂପେନ୍ଦ୍ର ଯାଦବ ଓ ଅଶ୍ୱିନୀ ବୈଷ୍ଣବଙ୍କୁ ସହପ୍ରଭାରୀ ନିଯୁକ୍ତ କରାଯାଇଛି। ପ୍ରକାଶ ଜାଭଡେକରଙ୍କୁ ତେଲେଙ୍ଗାନା ଦାୟିତ୍ୱ ଦିଆଯାଇଥିବା ବେଳେ ସୁନୀଲ ବଂଶଲ ସହପ୍ରଭାରୀ ଭାବେ କାର୍ଯ୍ୟ କରିବେ। ଏହି ୪ଟି ରାଜ୍ୟରେ ଚଳିତ ବର୍ଷ ଶେଷ ଆଡ଼କୁ ବିଧାନସଭା ନିର୍ବାଚନ ହେବ ।

ସୂଚନାଯୋଗ୍ୟ ନିକଟରେ ବିଜେପି କେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ପଞ୍ଜାବ ଓ ଝାଡ଼ଖଣ୍ଡର ରାଜ୍ୟ ସଭାପତି ବଦଳାଇଥିଲା। ପଞ୍ଜାବରେ ସୁନୀଲ ଜାଖର, ତେଲେଙ୍ଗାନାରେ ଜି. କିଶନ ରେଡ୍ଡୀ, ଆନ୍ଧ୍ରରେ ଡି ପୁରନ୍ଦେଶ୍ୱରୀ ଓ ଝାଡ଼ଖଣ୍ଡର ବାବୁଲାଲ ମାରାଣ୍ଡିଙ୍କୁ ରାଜ୍ୟ ସଭାପତି ଦାୟିତ୍ଵ ମିଳିଛି।

Leave a Reply

Your email address will not be published. Required fields are marked *

Back to top button