ବିଶ୍ଵକପ କ୍ରିକେଟ : ପାକିସ୍ତାନକୁ ହରାଇଲା ଭାରତ

ଅହମ୍ମଦାବାଦ : ଗୁଜୁରାଟର ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେରେ ପାକିସ୍ତାନକୁ ୭ ୱିକେଟରେ ଟିମ୍ ଇଣ୍ଡିଆ ପରାସ୍ତ କରିଛି। ୧୯୨ ରନର ଟାର୍ଗେଟକୁ ଭାରତୀୟ ଦଳ ମାତ୍ର ୩୦.୩ ଓଭରରେ ୩ ୱିକେଟ୍ ହରାଇ ହାସଲ କରିଥିଲା। ଅଧିନାୟକ ରୋହିତ ଶର୍ମା ବିସ୍ଫୋରକ ୮୬ ରନ୍ କରିଥିବା ବେଳେ ଶ୍ରେୟସ ଆୟାର ୫୩ ରନ୍ କରି ଅପରାଜିତ ଅଛନ୍ତି। ଶୁଭମନ ଗିଲ୍ ଓ ବିରାଟ କୋହଲି ୧୬ରନ୍ ଲେଖାଏଁ କରି ଆଉଟ୍ ହୋଇଯାଇଥିଲେ।

ଖବର ଅନୁଯାୟୀ ଅହମ୍ମଦାବାଦ ମ୍ୟାଚରେ ଭାରତୀୟ ବୋଲରଙ୍କ ଘାତକ ବୋଲିଂରେ ପାକିସ୍ତାନ ବ୍ୟାଟସମ୍ୟାନମାନେ ତିଷ୍ଠିପାରି ନଥିଲେ। ୪୨.୫ ଓଭରରେ ସମସ୍ତ ୱିକେଟ ହରାଇ କରିଥିଲେ ୧୯୧ ରନ। ଫଳରେ ପାକିସ୍ତାନ ବିପକ୍ଷରେ ଭାରତର ବିଜୟ ସହଜ ହୋଇଥିଲା। ଶନିବାର ଟିମ୍ ଇଣ୍ଡିଆ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପାକିସ୍ତାନ ଟିମ ୧୫୫ ରନରେ ମାତ୍ର ୩ଟି ୱିକେଟ୍ ହରାଇଥିଲା। ହେଲେ ଶେଷ ୩୬ ରନ୍ ମଧ୍ୟରେ ହରାଇଥିଲା ୮ଟି ୱିକେଟ।

ଅଧିନାୟକ ବାବର ଆଜମଙ୍କ ୫୦ ଓ ମହମ୍ମଦ ରିଜୱାନଙ୍କ ୪୯ ରନ୍ ବଳରେ ପାକିସ୍ତାନ ୧୯୧ ରନ୍ କରିପାରିଥିଲା। ବୁମରା, ସିରାଜ, ପାଣ୍ଡ୍ୟା, କୁଲଦୀପ ଓ ଜାଡେଜା ପ୍ରତ୍ୟେକ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ। ୭ ଓଭରରେ ୧୯ ରନ୍ ଦେଇ ପାକିସ୍ତାନର ୨ଟି ୱିକେଟ ନେଇଥିବା ଯଶପ୍ରୀତ ବୁମରା ପ୍ଲେୟାର ଅଫ ଦି ମ୍ୟାଚ୍ ହୋଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button