ଦନ୍ତେୱାଡାରେ ମାଓବାଦୀଙ୍କ ଆକ୍ରମଣ : ୧୧ ଯବାନ ସହିଦ୍

ମାଲକାନଗିରି : ଛତିଶଗଡ଼ର ଦନ୍ତେୱାଡାରେ ଆଜି ମାଓବାଦୀମାନେ ବଡ଼ ଧରଣର ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ୧୦ ଯବାନ ଓ ଜଣେ ପୋଲିସ ସହିଦ ହୋଇଥିବା ଜଣାପଡିଛି।

ଖବର ଅନୁଯାୟୀ ମାଓବାଦୀମାନେ ଦନ୍ତେୱାଡାର ଅରନପୁରରେ ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ ଫୋର୍ସକୁ ଟାର୍ଗେଟ କରି ଆଇଡି ବିସ୍ପୋରଣ କରିଥିଲେ। ଏଥିପାଇଁ ସୁରକ୍ଷା କର୍ମୀମାନେ ପ୍ରସ୍ତୁତ ନଥିବାରୁ ୧୦ଜଣ ଯବାନ ଓ ଜଣେ ଡ୍ରାଇଭର ସହିଦ ହୋଇଛନ୍ତି। ଛତିଶଗଡ଼ ପୋଲିସର ସୂଚନା ସେହି ଅଞ୍ଚଳରେ ମାଓବାଦୀଙ୍କ ଉପସ୍ଥିତି ସମ୍ପର୍କରେ ଗୁଇନ୍ଦା ସୂଚନା ମିଳିବା ପରେ ଅପରେସନ ଆରମ୍ଭ ହୋଇଥିଲା। ଯବାନମାନେ ଫେରିବା ସମୟରେ ବେଳେ ବିସ୍ପୋରଣ ଘଟିଛି।

ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଏହି ଘଟଣାରେ ଶୋକ ପ୍ରକାଶ କରି କହିଛନ୍ତି ମାଓ ବିରୋଧୀ ଅପରେସନ ପାଇଁ ଆସିଥିବା ଆମର ୧୦ଜଣ ଡିଆରଜି ଯବାନ ଓ ଜ‌ଣେ ଡ୍ରାଇଭର ସହିଦ ହୋଇଛନ୍ତି। ଏହି ଘଟଣା ଅତ୍ୟନ୍ତ ଦୁଃଖଦାୟକ। ସେମାନଙ୍କ ଆତ୍ମାକୁ ଶାନ୍ତି ମିଳୁ। ମାଓବାଦୀମାନେ ଏଭଳି ଆକ୍ରମଣ କରି ବଞ୍ଚିଯାଇ ପାରିବେ ନାହିଁ। ସେମାନଙ୍କ ବିରୋଧରେ ଆମର ସଂଗ୍ରାମ ଶେଷ ପର୍ଯ୍ୟାୟରେ ଅଛି। ଯୋଜନାବଦ୍ଧ ଭାବେ ମାଓବାଦୀମାନଙ୍କ ମୂଳପୋଛ କରାଯିବ।

ଅନ୍ୟପକ୍ଷରେ ଆକ୍ରମଣ ପରେ ମାଓବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି। ୨ଟି ଆମ୍ବୁଲାନ୍ସ ସେଠାରେ ପହଞ୍ଚିଥିବା ବେଳେ ମାଓବାଦୀଙ୍କ ମୁକାବିଲା ପାଇଁ ଡିଆରଜି ଫୋର୍ସର ଅଧିକ ଯବାନ ଘଟଣାସ୍ଥଳରେ ପହଞ୍ଚିଥିବା ଜଣାପଡ଼ିଛି। ଏହାଛଡା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଘଟଣା ସମ୍ପର୍କରେ ଖବର ପାଇ ମୁଖ୍ୟମନ୍ତ୍ରୀ ବାଘେଲଙ୍କ ସହ କଥା ହୋଇ ଛତିଶଗଡକୁ ସମସ୍ତ ସମ୍ଭାବ୍ୟ ସାହାଯ୍ୟ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button