୨୧ ପରିବର୍ତ୍ତେ ୨୨ ତାରିଖରେ ହେବ ବାଚସ୍ପତି ନିର୍ବାଚନ

ଭୁବନେଶ୍ଵର : ବାଚସ୍ପତି ନିର୍ବାଚନ ଗୋଟିଏ ଦିନ ଘୁଞ୍ଚିଲା। ନୂଆଁଖାଇ ପାଇଁ ୨୧ ପରିବର୍ତ୍ତେ ୨୨ ତାରିଖରେ ଏହି ନିର୍ବାଚନ ହେବ। ସେହିପରି ୨୧ରେ ନାମାଙ୍କନ ଦାଖଲ ଓ ୨୨ ତାରିଖ ସକାଳ ୯.୩୦ରେ ନିର୍ବାଚନ ହେବ। ପଶ୍ଚିମ ଓଡ଼ିଶାବାସୀଙ୍କ ନୂଆଁଖାଇ ପର୍ବ ପାଇଁ ଏହି ନିଷ୍ପତ୍ତି ହୋଇଥିବା ଜଣାପଡିଛି।

ଖବର ଅନୁଯାୟୀ ନୂଆଁଖାଇ ପଶ୍ଚିମ ଓଡ଼ିଶାର ସବୁଠାରୁ ବଡ଼ ପର୍ବ। ନୂଆଁଖାଇ ଓ ନୂଆଁଖାଇର ପରଦିନ ଏହି ପର୍ବ ପାଳନ ହୋଇଥାଏ। ସେଥିପାଇଁ ଦୁଇଦିନ ଛୁଟି ହୁଏ। ମାତ୍ର ଏବର୍ଷ ନୂଆଁଖାଇ ଦିନ ବାଚସ୍ପତି ନିର୍ବାଚନ ପାଇଁ ଘୋଷଣା ହୋଇଥିବାରୁ ଏହାକୁ ବିରୋଧୀ କଂଗ୍ରେସ ଓ ବିଜେପି ବିରୋଧ କରିଥିଲେ। ଉଭୟ ଦଳର ବିଧାୟକ ନିର୍ବାଚନଙ୍କୁ ବର୍ଜନ କରିବେ ବୋଲି କହିଥିଲେ।

Leave a Reply

Your email address will not be published. Required fields are marked *

Back to top button