ଘରେ ଏହସବୁ ଜିନିଷ ରଖିବା ଶୁଭ

ଜୀବନରେ ଖୁସିରେ ରହିବା ସମସ୍ତଙ୍କର ଇଚ୍ଛା। ସେଥିପାଇଁ ଲୋକେ ଦିନରାତି ପରିଶ୍ରମ କରନ୍ତି। ଏଥିରେ କେତେକଙ୍କୁ ସଫଳତା ମିଳୁଥିବା ବେଳେ ଅନେକ ସମସ୍ତ ଚେଷ୍ଟାକରି ନିଜର ଆର୍ଥିକ ଅବସ୍ଥା ସୁଧାରି ପାରନ୍ତି ନାହିଁ। ସେମାନଙ୍କ ପାଖରେ ଧନର ଅଭାବ ଦେଖାଦେଇଥାଏ। ଏହି କାରଣରୁ ବଢିଚାଲେ ମାନସିକ ଅଶାନ୍ତି। ଏହାର ସମାଧାନ ପାଇଁ ବାସ୍ତୁଶାସ୍ତ୍ରରେ କିଛି ଉପାୟ ରହିଛି, ଯାହାଦ୍ୱାରା ଧନ ସମସ୍ୟାର ଦୂର ହେବା ସହିତ ସୁଖ ସମୃଦ୍ଧି ଆସିଥାଏ। ତେବେ ଆସନ୍ତୁ ଜାଣିବା ଘରେ କେଉଁସବୁ ବସ୍ତୁ ରଖିଲେ ସୁଖ ସମୃଦ୍ଧି ଆସେ।

୧- ବାସ୍ତୁଶାସ୍ତ୍ର ଅନୁସାରେ ଘରର ଉତ୍ତର ଦିଗରେ ତୁଳସୀ ଗଛ ଲଗାଇବା ଉଚିତ। ଏହାଦ୍ୱାରା ଘରକୁ ସକାରାତ୍ମକ ଶକ୍ତି ଆସିଥାଏ ବୋଲି କୁହାଯାଏ। ହେଲେ ବିଧି ବିଧାନ ଅନୁଯାୟୀ ତୁଳସୀ ପୂଜା କଲେ ଘରେ ମା’ ଲକ୍ଷ୍ମୀ ବାସ କରିଥାନ୍ତି।

୨- ଆର୍ଥିକ ସଙ୍କଟରୁ ମୁକ୍ତି ପାଇବାକୁ ମାଟି ପାତ୍ର ବା ମାଠିଆରେ ପାଣି ରଖିବା ଉଚିତ। ଏହାକୁ ଘରର ଉତ୍ତର ଦିଗରେ ରଖିବା ଆବଶ୍ୟକ। ଏପରିକଲେ ଆର୍ଥିକ ସଙ୍କଟ ଦୂର ହୋଇଥାଏ ବୋଲି କୁହାଯାଏ।

୩- କୁହାଯାଏ ଘରେ କ୍ରିଷ୍ଟାଲ ବଲ ରଖିବା ଶୁଭ। ଘରର କବାଟ କିମ୍ବା ଝରକା ଉପରେ କ୍ରିଷ୍ଟାଲ ବଲ ଲଗାଇଲେ ଧନର ଅଭାବ ରହେ ନାହିଁ।

୪- ଧାତୁରେ ତିଆରି କଇଁଛ ଘରର ଉତ୍ତର ଦିଗରେ ରଖିଲେ ଶୁଭ ହୋଇଥାଏ। କଇଁଛର ମୁହଁ ଘର ଭିତର ଆଡକୁ ରହିବା ଉଚିତ। ଏପରି କଲେ ଘରେ ସୁଖ ସମୃଦ୍ଧ ଆସିଥାଏ।

୫- ହାତୀ ମୂର୍ତ୍ତି ବହୁତ ଶୁଭ। ମା’ ଲକ୍ଷ୍ମୀଙ୍କ କୃପା ପାଇବାକୁ ହେଲେ ଘରେ ହାତୀ ମୂର୍ତ୍ତି ବା ଯୋଡ଼ା ହଂସ ପ୍ରତିମା ରଖିଲେ ଶୁଭଫଳ ପ୍ରାପ୍ତି ହୋଇଥାଏ।

Leave a Reply

Your email address will not be published. Required fields are marked *

Back to top button