ମହାରାଷ୍ଟ୍ର ଓ କର୍ଣ୍ଣାଟକରେ ଏନ୍‌ଆଇଏ ଚଢ଼ଉ : ୧୫ ଗିରଫ

ନୂଆଦିଲ୍ଲୀ : ଇସ୍ଲାମିକ୍‌ ଷ୍ଟେଟ୍‌ ଆତଙ୍କବାଦୀ ଷଡ଼ଯନ୍ତ୍ର ମାମଲାରେ ଜାତୀୟ ତଦନ୍ତକାରୀ ଏଜେନ୍‌ସି ଟିମ୍‌ ଶନିବାର ମହାରାଷ୍ଟ୍ର ଓ କର୍ଣ୍ଣାଟକର ୪୧ଟି ସ୍ଥାନରେ ଚଢ଼ାଉ କରି ୧୫ ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତିମାନେ ପୁଣେରୁ ଆସିଥିଲେ। ସେମାନେ ଇସ୍ଲାମିକ୍‌ ଷ୍ଟେଟ୍‌ ସହ ପ୍ରତ୍ୟକ୍ଷ ଭାବେ ଜଡ଼ିତ ଥିବା ଜଣାପଡିଛି।

ଖବର ଅନୁଯାୟୀ କର୍ଣ୍ଣାଟକ କେତେକ ସ୍ଥାନ ସମେତ ମହାରାଷ୍ଟ୍ରରେ ପୁଣେ, ଥାନେ ଗ୍ରାମୀଣ, ଥାନେ ସହର ଓ ମୀରା ଭାୟନ୍ଦରରେ ଏନଆଇଏ ଚଢ଼ଉ ଜାରି ରହିଛି। ଏହି ମାମଲାରେ ବିଦେଶୀ ଆଇଏସ୍‌ ଆଇଏସ୍‌ ହେଣ୍ଡଲରଙ୍କ ସମ୍ପୃକ୍ତି ଥିବା ଏକ ବଡ଼ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ ହୋଇଛି। ଭାରତ ଭିତରେ ଆତଙ୍କବାଦୀ ସଂଗଠନ ଆଇଏସଆଇଏସ ଉଗ୍ରବାଦୀ ବିଚାରଧାରାର ପ୍ରଚାର ପ୍ରସାର ପାଇଁ ପ୍ରତିଶ୍ରୁତିବଦ୍ଧ ବ୍ୟକ୍ତିମାନଙ୍କର ନେଟୱାର୍କକୁ ଏନଆଇଏ ତଦନ୍ତ ବେଳେ ପଦାକୁ ଆଣିଛି।

ଏହି ନେଟୱାର୍କ ଆଇଏସଆଇଏସର ସ୍ୱୟଂଘୋଷିତ ଖଲିଫାଙ୍କ ପ୍ରତି ଆନୁଗତ୍ୟର ଶପଥ ଓ ଅତ୍ୟାଧୁନିକ ଇମ୍ପ୍ରୋଭାଇଜଡ୍‌ ବିସ୍ଫୋରକ ଉପକରଣ ନିର୍ମାଣରେ ସମ୍ପୃକ୍ତ ଥିବା ଜଣାପଡିଥିଲା। କେବେଳ ସେତିକି ନୁହେଁ ଭାରତ ମାଟିରେ ଆତଙ୍କବାଦୀ କାର୍ଯ୍ୟ କରିବାକୁ ଏହି ନେଟୱାର୍କ ଯୋଜନା ପ୍ରସ୍ତୁତ କରିଥିଲା ବୋଲି ଏନଆଇଏ କହିଛି।

Leave a Reply

Your email address will not be published. Required fields are marked *

Back to top button