ରାଜଧାନୀରେ କଙ୍ଗାରୁ କୋର୍ଟ, ତିନି ମହିଳା ଗିରଫ
ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରର ସାଲିଆସାହିରେ ସାଲିଆସାହିରେ ମହିଳା ସଂଗଠନର କଙ୍ଗାରୁ କୋର୍ଟ। ଏଥିରେ ନାବାଳକଙ୍କୁ ଆଣ୍ଠେଇବା ସହ ଉଠ୍ ବସ୍ କରାଇବା ଘଟଣାରେ ପୋଲିସ ତିନିଜଣ ମହିଳାଙ୍କୁ ଙ୍କୁ ଗିରଫ କରିଛି।
ଖବର ଅନୁଯାୟୀ ସାଲିଆସାହିରେ କିଛିଦିନ ତଳେ ଦୁଇ ଛୋଟ ପିଲାଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହାକୁ ନେଇ ଗୋଟିଏ ପକ୍ଷର ମା’ ଓ ପୁଅକୁ ଡକାଇଥିଲା ସାଲିଆସାହିର ମହିଳା ସଂଗଠନ। ପରେ ନାବାଳକକୁ ଆଣ୍ଠେଇବା ସହ ଗାଳିଗୁଲଜ କରିଥିଲେ। ୫ହଜାର ୫୫୧ ଟଙ୍କା ଜରିମାନା ଓ ନିଆଁପାଣି ବାସନ୍ଦ କରିବାକୁ ଧମକ ଦେଇଥିଲେ। ଜରିମାନା ନେଦେଲେ ଉକ୍ତ ପରିବାରକୁ ଏକ ଘରିଆ କରିବା ପାଇଁ ଧମକ ଦେଇଥିଲେ। ଏପରିକି ପାଣି ଓ କରେଣ୍ଟ କାଟିଦେବାକୁ ଦେଇଥିଲେ ଧମକ।
ଘଟଣା ପରେ ମହିଳା ଜଣକ ଥାନାରେ ଅଭିଯୋଗ କରିଥିଲେ। ଏହାକୁ ଆଧାରକରି ନୟାପଲ୍ଲୀ ଥାନା ମହିଳା ସଂଗଠନର ତିନି ଜଣଙ୍କୁ ଗିରଫ କରିଛି। ଆଜି ସେମାନଙ୍କୁ କୋର୍ଟ ଚାଲାଣ ବେଳେ କିଛି ମହିଳା ସଂଗଠନ ଥାନା ଗାଡି ସାମ୍ନାକୁ ଆସି ବିରୋଧ କରିଥିଲେ। ପରେ ପୋଲିସ ସେମାନଙ୍କୁ ନିବୃତ କରିଥିଲା।



























