ଲୋକସଭା ନିର୍ବାଚନ : ଓଡ଼ିଶାରେ ବିଜେଡି ଓ ବିଜେପି ପାଇବେ ଏତିକି ଆସନ

ଭୁବନେଶ୍ଵର : ଆଗାମୀ ସାଧାରଣ ନିର୍ବାଚନରେ ଏନଡିଏ ଓ ନବଗଠିତ ଇଣ୍ଡିଆ ମେଣ୍ଟ ମଧ୍ୟରେ କଡା ମୁକାବିଲା ହେବ। ଏଥିପାଇଁ ଏବେଠାରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ବେଳେ ଓଡ଼ିଶାରେ ଇଣ୍ଡିଆ ମେଣ୍ଟର ବିଶେଷ ପ୍ରଭାବ ନାହିଁ। ଏଠାରେ ବିଜେଡ଼ି ଓ ବିଜେପି ଲଢେଇ ହେବ। କିନ୍ତୁ ଇଣ୍ଡିଆ ଟିଭି-ସିଏନଏକ୍ସ ପକ୍ଷରୁ କରାଯାଇଥିବା ମତାମତ ସର୍ଭେରୁ ଜଣାପଡ଼ିଛି ଆଜି ଯଦି ଲୋକସଭା ନିର୍ବାଚନ ହୁଏ ତେବେ ବିଜେଡ଼ିର ଆସନ ସଂଖ୍ୟା ୧୨ରୁ ୧୩ରେ ପହଞ୍ଚିପାରେ। ସେହିପରି ବିଜେପି ପାଇବ ୮ଟି ଆସନ ରହିବ। କଂଗ୍ରେସ ଖାତା ଖୋଲି ପାରିବନି ବୋଲି କୁହାଯାଇଛି।

ଜନମତ ସର୍ବେକ୍ଷଣ ଅନୁଯାୟୀ ମୋଟ ୫୪୩ ଲୋକସଭା ଆସନରୁ ଏନଡିଏକୁ ୩୧୮, ବିରୋଧୀ ଭାରତ ମେଣ୍ଟକୁ ୧୭୫ ଓ ଅନ୍ୟମାନ (ଆଞ୍ଚଳିକ ଦଳ-ସ୍ୱାଧୀନ)ଙ୍କୁ ୫୦ ଆସନ ମିଳିପାରେ। ସେହିପରି ବିଜେପିର ଆସନ ସଂଖ୍ୟା ୩୦୩ରୁ ୨୯୦ ଆସନ ହ୍ରାସ ପାଇବାର ସମ୍ଭାବନା ଥିବାବେଳେ ମୁଖ୍ୟ ବିରୋଧୀ ଦଳ କଂଗ୍ରେସର ଆସନ ସଂଖ୍ୟା ୫୨ରୁ ୬୬କୁ ବୃଦ୍ଧି ପାଇବାର ସମ୍ଭାବନା ଥିବା କୁହାଯାଇଛି।

Leave a Reply

Your email address will not be published. Required fields are marked *

Back to top button