ବିଧାୟକ ସୌମ୍ୟ ପଟ୍ଟନାୟକ ବିଜେଡି ଉପସଭାପତି ପଦରୁ ହଟିଲେ

ଭୁବନେଶ୍ଵର : ଖଣ୍ଡପଡା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ବିଜେଡି ଉପସଭାପତି ପଦରୁ ହଟାଇ ଦିଆଯାଇଛି। ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

ସୂଚନାଯୋଗ୍ୟ ଦୈନିକ ‘ସମ୍ବାଦ’ର ସମ୍ପାଦକ ତଥା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ତାଙ୍କ ସମ୍ପାଦକୀୟରେ ଦଳ ଓ ଶାସନ ବ୍ୟବସ୍ଥା ସମ୍ପର୍କରେ ପ୍ରଶ୍ନ ଉଠାଇଥିଲେ। ଯାହା ବିଜେଡି ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଥିଲା। ସେଥିପାଇଁ ପୂର୍ବତନ ମନ୍ତ୍ରୀ ତଥା ନୟାଗଡ ବିଧାୟକ ଅରୁଣ ସାହୁ, ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଓ ମନ୍ତ୍ରୀ ପ୍ରତାପ ଦେବ ତାଙ୍କୁ ଟାର୍ଗେଟ୍‌ କରିଥିଲେ। ସୌମ୍ୟଙ୍କ ବୟାନକୁ ଦଳ ବିରୋଧୀ କାର୍ଯ୍ୟ ବୋଲି କହିଥିଲେ ଅତନୁ।

ଅନ୍ୟପକ୍ଷରେ ସୌମ୍ୟ ରଞ୍ଜନ କହିଛନ୍ତି ବିଜୁ ଜନତା ଦଳ ସଭାପତି ହିସାବରେ ସହଯୋଗୀ କାର୍ଯ୍ୟକର୍ତ୍ତା ଭାବେ ନେବେ ତାହା ତାଙ୍କର ସମ୍ପୂର୍ଣ୍ଣ ଇଚ୍ଛାଧୀନ। ସେମାନେ ଉପସଭାପତି ଦାୟିତ୍ୱ ଦେଇଥିଲେ,। ଏବେ କାର୍ଯ୍ୟରୁ ଅନ୍ତର କରିଦେଲେ। ଏଥିରେ ବିଶେଷ କିଛି ଅସ୍ୱାଭାବିକତା ନାହିଁ।

Leave a Reply

Your email address will not be published. Required fields are marked *

Back to top button