ବେଦାନ୍ତ ପ୍ଲାଣ୍ଟରେ ପୋଡ଼ି ଯାଇଥିବା ଶ୍ରମିକ ମୃତ

ଭଦ୍ରକ : ବେଦାନ୍ତ ପ୍ଲାଣ୍ଟ ଫର୍ନେଶ ନିଆଁ ନିଆଁରେ ପୋଡ଼ି ଯାଇଥିବା ଶ୍ରମିକଙ୍କର ଗତକାଲି ରାତିରେ ମୃତ୍ୟୁ ଘଟିଛି। ସେ ବମ୍ବେ ବର୍ଣ୍ଣ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଏହି ଶ୍ରମିକର ମୃତ୍ୟୁକୁ ନେଇ ଭଦ୍ରକ ବେଦାନ୍ତ ଗେଟ ଆଗରେ ଉତ୍ତେଜନା ଲାଗି ରହିଛି। ଗତ ୧୩ ତାରିଖଠାରୁ ୧୪୪ ଧାରା ଜାରି ହୋଇଥିଲେ ହେଁ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଛି।

ଖବର ଅନୁଯାୟୀ ଗତ ୧୨ ତାରିଖ ଦିନ ବେଦାନ୍ତ ପ୍ଲାଣ୍ଟରେ କାମ କରୁଥିବା ୨ ଜଣ ଶ୍ରମିକଙ୍କ ଉପରେ ପ୍ଲାଣ୍ଟ ଫର୍ନେଶରୁ ନିଆଁ ପଡ଼ିଯିବାରୁ ସେମାନେ ପୋଡ଼ି ଯାଇଥିଲେ। ଚିକିତ୍ସା ପାଇଁ ଭଦ୍ରକ ଓ ପରେ ଭୁବନେଶ୍ଵରରେ କିମିସ ହସ୍ପିଟାଲ୍‌କୁ ନିଆଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଏୟାର ଲିଫ୍ଟରେ ବମ୍ବେ ବର୍ଣ୍ଣ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଜଣେ ଶ୍ରମିକଙ୍କର ଗତକାଲି ରାତିରେ ମୃତ୍ୟୁ ଘଟିଛି। ଏଇ ଘଟଣାକୁ ଲଗାଇ ଗତ ଦୁଇ ମାସ ଭିତରେ ଦୁଇ ଜଣ ଶ୍ରମିକଙ୍କର ପ୍ଲାଣ୍ଟରେ କାମ କରୁଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button