ପୂଜା କମିଟି ସଭାପତିଙ୍କୁ ଛୁରାମାଡ଼

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ବୁଗୁଡ଼ାର ବିରଧନଜୟପୁର ସାହି ଦୁର୍ଗା ମେଢ ନିକଟରେ ପୂଜା କମିଟି ସଭାପତି ସନ୍ତୋଷ ଦାଶଙ୍କୁ ଛୁରା ମାଡ ହୋଇଛି। ସେ ଗୁରୁତର ହେବାରୁ ତାଙ୍କୁ ଗୁରୁତର ମେଡିକାଲରେ ଭର୍ତ୍ତି କରାଯାଇଛି।

ଖବର ଅନୁଯାୟୀ ଗତରାତିରେ ପୂଜା ଚାଲିଥିବା ବେଳେ ଘଟିଛି ଏହି ଘଟଣା। ପୂଜା କମିଟି ସଭାପତି ସନ୍ତୋଷ ଦାଶ ଛୁରା ମାଡରେ ଗୁରୁତର ହେବାରୁ ତାଙ୍କୁ ପ୍ରଥମେ ବୁଗୁଡା ମେଡିକାଲପରେ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ତେବେ ଛୁରା ମାଡର କାରଣ ଅସ୍ପଷ୍ଟ ଥିବା ବେଳେ ପୋଲିସ ଘଟଣାର ତଦନ୍ତ ଚଳାଇଛି।

Leave a Reply

Your email address will not be published. Required fields are marked *

Back to top button