ଅଲ୍ ଓଡ଼ିଶା ମିଳିତ ଅଟୋ ମହାସଂଘର ଶତାଧିକ କର୍ମକର୍ତ୍ତା ବିଜେପିରେ ଯୋଗଦେଲେ

ଭୁବନେଶ୍ୱର : ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଉପସ୍ଥିତିରେ ଅଲ୍ ଓଡ଼ିଶା ମିଳିତ ଅଟୋ ମହାସଂଘ ଓ ସଡକ ପରିବହନ ସଂଘର ଶତାଧିକ କର୍ମକର୍ତ୍ତା ଅଟୋ ମହାସଂଘର ସାଧାରଣ ସମ୍ପାଦକ ଅଜିତ ଦାସଙ୍କ ନେତୃତ୍ୱରେ ଭାରତୀୟ ଜନତା ପାର୍ଟିରେ ଯୋଗଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁଶାସନ, ଗରୀବ କଲ୍ୟାଣ କାର୍ଯ୍ୟକ୍ରମ ଓ ବିଜେପିର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ସାମିଲ ହୋଇଥିବାରୁ ସମସ୍ତଙ୍କୁ ଶ୍ରୀ ମହାନ୍ତି ଦଳୀୟ ଉତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ କରିଥିଲେ।

ରାଜ୍ୟ ସରକାରଙ୍କ ଅପାରଗତା ଓ କୁପରିଚାଳନା ପାଇଁ ଅଟୋଚାଳକମାନେ ବିଭିନ୍ନ ଅସୁବିଧାରେ ସମ୍ମୁଖୀନ ହେଉନ୍ତି । ସେମାନଙ୍କ ପାଇଁ କୌଣସି ସୁବିଧା ଯଥା ବାସଗୃହ, ସ୍ପଳ୍ପ ସୁଧରେ ଋଣ ଓ ପ୍ରତ୍ୟେକ ଛକରେ ଷ୍ଟାଣ୍ଡର ସୁବିଧା କରିବାରେ ୨୩ବର୍ଷର ନବୀନ ସରକାର ବିଫଳ ହୋଇଛି । ଏନେଇ ବିଜେଡି ଶାସନରେ ଅତିଷ୍ଠ ସାଧାରଣ ଲୋକ ବିଜେପି ମୁହାଁ ହୋଇଛନ୍ତି ବୋଲି ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ମହାନ୍ତି କହିଛନ୍ତି। କେନ୍ଦ୍ରୀୟ ଯୋଜନାକୁ ସଫଳ ରୂପାୟନ ଏବଂ ବିଜେପିିର ନୀତି ଆଦର୍ଶରେ ସମ୍ପୂର୍ଣ୍ଣଭାବେ ନିଜକୁ ନିୟୋଜିତ କରି ଦେଶ ପାଇଁ କାର୍ଯ୍ୟ କରିବାକୁ ଅଲ୍ ଓଡ଼ିଶା ମିଳିତ ଅଟୋ ମହାସଂଘ ଓ ସଡକ ପରିବହନ ସଂଘର ଶତାଧିକ କର୍ମକର୍ତାମାନେ ସ୍ପକଳ୍ପ ନେଇଛନ୍ତି । ଅଟୋ ମହାସଂଘ ବିଜେଡି ଶାସନରେ ଗଭୀର ଅସନ୍ତୋଷ ପ୍ରକାଶ କରିବା ସହ ଭାରତୀୟ ଜନତା ପାର୍ଟି ରାଜ୍ୟରେ ଆଗାମୀ ଦିନରେ ଶାସନରେ ଆସିଲେ ଏସବୁର ସ୍ଥାୟୀ ସମାଧାନ କରିବ ଆସ୍ଥା ପ୍ରକଟ କରିିଛନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ଏହି ମିଶ୍ରଣ ପର୍ବ ଅବସରରେ ରାଜ୍ୟ ସାଧାରଣ ସଂପାଦକ ଶାରଦା ପ୍ରସାଦ ଶତପଥୀ, ବରିଷ୍ଠ ନେତା ସଜ୍ଜନ ଶର୍ମା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ଜିଲ୍ଲା ସଭାପତି ବାବୁ ସିଂ, ସାମାଜିକ ସଂଘଠନର ରାଜ୍ୟ ସଂଯୋଜକ ରଶ୍ମିରଞ୍ଜନ କାନୁନଗୋ, ମହିଳାମୋର୍ଚ୍ଚାର ସାଧାରଣ ସଂପାଦିକା ରଶ୍ମିରେଖା ଦାସ ପ୍ରମୁଖ ନେତୃବୃନ୍ଦ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

Back to top button