ଘରେପଶି କାମୁଡ଼ିଲା ବାରହା : ୩ ଆହତ

ଝାରସୁଗୁଡା : ଜଙ୍ଗଲୀ ବାରହା ଆକ୍ରମଣରେ ଗୋଟିଏ ପରିବାରର ୩ ଜଣ ଆହତ ହୋଇଛନ୍ତି। ଝାରସୁଗୁଡ଼ା ସହରର କାପୁମାଲଠାରେ ଏହି ଘଟଣା ଘଟିଛି।

ଖବର ଅନୁଯାୟୀ ଗୁରୁବାର ସକାଳେ ଜଙ୍ଗଲୀ ବାରହାକୁ ରାସ୍ତାରେ ଦେଖି କୁକୁରମାନେ ଗୋଡାଇବାରୁ ସେ କାପୁମାଲଠାରେ କବାଟ ଖୋଲାଥିବା ଏକ ଘର ଭିତରକୁ ପଶି ଯାଇଥିଲା। ଶୋଇଥିବା ଅବସ୍ଥାରେ ମା, ଝିଅ ଓ ପୁଅ କରିଥିଲା ଆକ୍ରମଣ। ସମସ୍ତଙ୍କୁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରଯାଇଥିଲା। ପୁଅକୁ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆଯାଇଥିବା ବେଳେ ମା’ ଓ ଝିଅ ଚିକିତ୍ସିତ ହେଉଛନ୍ତି।

ଗୋଟିଏ ପରିବାରର ତିନିଜଣଙ୍କୁ ଆକ୍ରମଣ କରିବା ପରେ ସ୍ଥାନୀୟ ଲୋକେ ବାରହାକୁ ପିଟିପିଟି ମାରି ଦେଇଛନ୍ତି। ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚି ମୃତ ବାରହାକୁ ଜବତ କରିବା ସହ ୩ ଜଣଙ୍କୁ ଅଟକ ରଖିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button