ଝାରସୁଗୁଡ଼ା : ପୂର୍ବତନ ବିଜେପି ନେତା ବିଜେଡିରେ ମିଶିଲେ

ଭୁବନେଶ୍ଵର : ଝାରସୁଗୁଡ଼ା ଉପନିର୍ବାଚନ ଭୋଟ ଗ୍ରହଣ ପୂର୍ବରୁ ସ୍ଥିତି ବଦଳୁଛି। ପୂର୍ବତନ ବିଜେପି ନେତା ତଥା ବାର ଆସୋସିଏସନର ସଭାପତି ତ୍ରିନାଥ ଗୋୟେଲ ବିଜେଡିରେ ମିଶିଛନ୍ତି। ସେ ଜଣେ ଦକ୍ଷ ସଂଗଠକ। ଏହାର ସୁଫଳ ଦଳକୁ ମିଳିବ ବୋଲି କହିଛନ୍ତି ବିଜେଡି ଉପସଭାପତି ଦେବିପ୍ରସାଦ ମିଶ୍ର।

ଏହି ଅବସରରେ ତ୍ରିନାଥ ଗୋୟେଲ କହିଛନ୍ତି ବିଜୁ ବାବୁଙ୍କ ସମୟରେ ଜନତା ଦଳରେ ସାମିଲ ହୋଇଥିଲି। ପୂର୍ବତନ ବାଚସ୍ପତି କିଶୋର ମହାନ୍ତିଙ୍କ ସହ କାର୍ଯ୍ୟ କରିଛି। ହେଲେ ତାଙ୍କର ଦେହାନ୍ତ ପରେ ନବ ଦାସ୍ ଟିକେଟ ନଦେବାରୁ ବିଜେଡି ଛାଡି ସେ ବିଜେପିରେ ସାମିଲ ହୋଇଥିଲେ। ଏବେ ନିଜ ଆଦର୍ଶକୁ ପୁଣି ଗ୍ରହଣ କରି ବିଜେଡିରେ ସାମିଲ ହୋଇଛି। କୌଣସି ସାଲିସ ନୁହେଁ, ଲୋକଙ୍କ ସେବାରେ ନିୟୋଜିତ ରହିବି ବୋଲି ସେ କହିଛନ୍ତି।

ବିଜେଡିର ରାଜ୍ୟ କାର୍ଯ୍ୟାଳୟ ‘ଶଙ୍ଖ ଭବନ’ରେ ଆୟୋଜିତ କାର୍ଯ୍ୟକ୍ରମରେ ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର, ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ, ବ୍ରଜରାଜ ନଗର ବିଧାୟିକା ଅଳକା ମହାନ୍ତି ଓ ଝାରସୁଗୁଡ଼ା ପର୍ଯ୍ୟବେକ୍ଷକ ସାରଦା ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

Back to top button