ମସଜିଦରେ ବୋମା ବିସ୍ଫୋରଣରେ ଶତାଧିକ ମୃତାହତ

କାନ୍ଦାହାର : ଆଫଗାନିସ୍ତାନକୁ ତାଲିବାନ ଦଖଲ କରିବା ପରେ ସଂଖ୍ୟାଲଘୁ ସିହା ଓ ଅହମଦିଆଙ୍କ ଉପରେ ଅତ୍ୟାଚାର ବଢିଚାଲିଛି। ଆଜି କାନ୍ଦାହାରରେ ସିହା ସଂପ୍ରଦାୟର ଏକ ମସଜିଦଉପରେ ଆତ୍ମଘାତୀ ବୋମା ବିସ୍ଫୋରଣ କରାଯିବାରୁ ୧୬ରୁ ଅଧିକ ମୃତ୍ୟୁବରଣ କରିଥିବାବେଳେ ଶତାଧିକ ଆହତ ହୋଇଛନ୍ତି।

ଖବର ଅନୁଯାୟୀ କାନ୍ଦାହାରର ଇମାମ ବରଗା ମସଜିଦରେ ଶୁକ୍ରବାର ନମାଜ ସମୟରେ ବୋମା ବିସ୍ଫୋରଣ ଘଟିଥିଲା। ଏହି ବିସ୍ଫୋରଣ ଯୋଗୁ ଅନେକ ଲୋକ ମୃତାହତ ହୋଇଥିବା ଆଶଙ୍କା କରାଯାଉଛି ବୋଲି ତାଲିବାନ ଆଭ୍ୟନ୍ତରୀଣ ମନ୍ତ୍ରାଳୟର ମୁଖପାତ୍ର କାରି ସଇଦ୍ ଖୋସତି ସୂଚନା ଦେଇଛନ୍ତି। ଏପର୍ଯ୍ୟନ୍ତ କୌଣସି ସଂଗଠନ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିନାହାନ୍ତି।

ସୂଚନାଯୋଗ୍ୟ ଗତ ଶୁକ୍ରବାର ଆଫଗାନିସ୍ତାନର ସିହା ଲୋକଙ୍କ ଉପରେ ଆକ୍ରମଣ ହୋଇଥିଲା। କୁନ୍ଦୁଜର ଏକ ମସଜିଦରେ ବୋମା ବିସ୍ଫୋରଣ ଯୋଗୁ ୫୦ ଜଣ ମୃତ୍ୟୁବରଣ କରିଥିବାବେଳେ ୧୫୦ରୁ ଅଧିକ ଆହତ ହୋଇଥିଲେ।

Leave a Reply

Your email address will not be published. Required fields are marked *

Back to top button