ସ୍କୁଲରେ ନାମଲେଖା ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ ନୁହେଁ

ଭୁବନେଶ୍ଵର : ସ୍କୁଲରେ ଛାତ୍ରଛାତ୍ରୀଙ୍କ ନାମଲେଖା ପାଇଁ ଆଧାର କାର୍ଡବାଧ୍ୟତାମୂଳକ ନୁହେଁ। ଆଧାର କାର୍ଡ ଥାଉ ବା ନଥାଉ ସେମାନଙ୍କ ନାମ ଲେଖା ହୋଇପାରିବ। ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ
ଏନେଇ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖିଛନ୍ତି।

ଖବର ଅନୁଯାୟୀ ନାମଲେଖା ପରେ ଛାତ୍ରଛାତ୍ରୀମାନେ ଆଧାର ପ୍ରସ୍ତୁତ କରି ଜମା କରିପାରିବେ। କିଛି ସ୍କୁଲରେ ପ୍ରଧାନ ଶିକ୍ଷକ ଆଧାର ଦାବି କରିବା ଦୃଷ୍ଟିକୁ ଆସିଛି। ସେଥିପାଇଁ ସବୁ ପ୍ରଧାନ ଶିକ୍ଷକଙ୍କୁ ଅବଗତି କରିବା ନିମନ୍ତେ ଡିଇଓଙ୍କୁ ଗଣଶିକ୍ଷା ସଚିବ ନିର୍ଦ୍ଦେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button