ଅଭିନେତା ସୋନୁ ସୁଦଙ୍କ ଘରେ ଆୟକର ବିଭାଗର ଚଢ଼ଉ

ମୁମ୍ବାଇ : ବଲିଉଡ୍ ଅଭିନେତା ସୋନୁ ସୁଦଙ୍କ ମୁମ୍ବାଇସ୍ଥିତ ବାସଭବନ ଓ ତାଙ୍କ ସହ ଜଡ଼ିତ ଲକ୍ଷ୍ନୌର ଏକ କମ୍ପାନିରେ ଆଜି ଆୟକର ବିଭାଗ ଚଢ଼ଉ କରିଛି।

ଖବର ଅନୁଯାୟୀ ସୋନୁ ସୁଦଙ୍କ କମ୍ପାନୀ ଓ ଲକ୍ଷ୍ନୌର ରିଏଲ୍ ଇଷ୍ଟେଟ୍ କମ୍ପାନି ମଧ୍ୟରେ ନିକଟରେ ଏକ ଚୁକ୍ତି ହୋଇଥିଲା। ଏଥିରେ ଟିକସ ଫାଙ୍କିବା ଅଭିଯୋଗରେ ବୁଧବାର ୬ଟି ସ୍ଥାନରେ ଆୟକର ବିଭାଗଚଢ଼ଉ ଜାରି ରଖିଥିବା ଜଣାପଡ଼ିଛି।

କୋଭିଡ୍ ସମୟରେ ଅଭିନେତା ସୋନୁ ସୁଦ୍ ପ୍ରବାସୀ ଶ୍ରମିକମାନଙ୍କୁ ଜନ୍ମମାଟିକୁ ଫେରାଇବା ପାଇଁ ଦିନ ରାତି ପରିଶ୍ରମ କରିଥିବା ଦେଖିବାକୁ ମିଳିଥିଲା। ଯାହାକି ଚର୍ଚ୍ଚାର ବିଷୟ ହୋଇଥିଲା। ଗତ କିଛିଦିନ ତଳେ ଦିଲ୍ଲୀର ଅରବିନ୍ଦ କେଜ୍ରିୱାଲ ସରକାର ତାଙ୍କୁ ସ୍କୁଲ ପିଲାଙ୍କ ଏକ କାର୍ଯ୍ୟକ୍ରମରେ ବ୍ରାଣ୍ଡ ଆମ୍ବାସାଡର କରିଥିଲେ। ସେହି କାର୍ଯ୍ୟକ୍ରମରେ ସୋନୁ ସୁଦ ରାଜନୀତି ସମ୍ପର୍କରେ ତାଙ୍କର ପ୍ରତିକ୍ରିୟା ରଖିଥିଲେ। ସେ କହିଥିଲେ ଆଗକୁ ରାଜନୀତିରେ ସାମିଲ ହେବାକୁ ଯାଉନାହାଁନ୍ତି। ସେ କିମ୍ବା ତାଙ୍କ ପରିବାର ଏ ସମ୍ପର୍କରେ ଚିନ୍ତା କରିନାହାଁନ୍ତି। ହେଲେ ଆଜିର ଚଢ଼ାଉକୁ ନେଇ ସୋନୁ ସୁଦ୍ କୌଣସି ପ୍ରତିକ୍ରିୟା ରଖିନାହାଁନ୍ତି।

Leave a Reply

Your email address will not be published. Required fields are marked *

Back to top button