ମାତା ବୈଷ୍ଣୋଦେବୀଙ୍କ ଦର୍ଶନ କଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ : ଜମ୍ମୁ- କଶ୍ମୀର ଗସ୍ତରେ ଯାଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ପୂର୍ବାହ୍ନରେ ମାତା ବୈଷ୍ଣୋଦେବୀଙ୍କ ଦର୍ଶନ କରିଛନ୍ତି। କାଟ୍ରା ଠାରୁ ପାଦରେ ଚାଲି ଚାଲି ମାତା ବୈଷ୍ଣୋଦେବୀଙ୍କ ଦରବାର ପର୍ଯ୍ୟନ୍ତ ଯାଇ ସେ ମାତାରାଣୀଙ୍କ ନିକଟରେ ପହଞ୍ଚି ଦର୍ଶନ କରିବା ପରେ ସେଠାରେ ଉପସ୍ଥିତ ସାମ୍ବାଦିକମାନଙ୍କୁ କହିଛନ୍ତି ମୁଁ ଏଠାକୁ ମାତାଙ୍କ ନିକଟକୁ ପ୍ରାର୍ଥନା କରିବାକୁ ଆସିଛି। ତେଣୁ କୌଣସି ରାଜନୈତିକ ମନ୍ତବ୍ୟ ଦେବାକୁ ଚାହୁଁନାହିଁ।

ୱାୟନାଡ ସାଂସଦ ରାହୁଲ ଗାନ୍ଧୀଙ୍କର ମାତା ବୈଷ୍ଣୋଦେବୀଙ୍କ ଉପରେ ବିଶ୍ୱାସ ରହିଛି। ଜମ୍ମୁ- କାଶ୍ମୀର ପ୍ରଦେଶ କଂଗ୍ରେସ କମିଟି ସଭାପତି ଗୁଲାମ ଅହମ୍ମଦ ମୀର କହିଛନ୍ତି ତିନିବର୍ଷ ;ହେଲା ରାହୁଲ ଗାନ୍ଧୀ ମାତା ବୈଷ୍ଣୋଦେବୀଙ୍କ ଦର୍ଶନ ପାଇଁ ଆସିବାକୁ ଚାହୁଁଥିଲେ। କିନ୍ତୁ ରାଜନୈତିକ ପରିସ୍ଥିତି ଏପରି ଥିଲା ସେ ପରିଦର୍ଶନ କରିପାରୁ ନଥିଲେ। ବର୍ତ୍ତମାନ ପରିସ୍ଥିତିରେ ସାମାନ୍ୟ ସୁଧାର ଆସିଥିବାରୁ ଗତ ମାସରେ ସେ ଶ୍ରୀନଗର ଗସ୍ତ କରିଥିଲେ ଓ ସେପ୍ଟେମ୍ବର ୯ ଓ ୧୦ରେ ଜମ୍ମୁ ଗସ୍ତ କରିବେ ବୋଲି କହିଥିଲେ। ସେ କହିଛନ୍ତି ଅନେକ ନେତା ପବିତ୍ର ମନ୍ଦିର ପରିଦର୍ଶନ କରିବା ପାଇଁ ଚପଲ ଓ ଘୋଡା ବ୍ୟବହାର କରୁଥିବାବେଳେ ରାହୁଲ ମନସ୍ଥ କରିଛନ୍ତି କାଟ୍ରା ଠାରୁ ମନ୍ଦିର ପର୍ଯ୍ୟନ୍ତ ପାଦରେ ଚାଲ ଚାଲି ଯିବେ। ପରଦିନ ସେ ପୁଣି ପାଦରେ ଓହ୍ଲାଇବେ। ମାତା ବୈଷ୍ଣୋଦେବୀଙ୍କ ଉପରେ ତାଙ୍କର ବିଶ୍ୱାସ ରହିଥିବାରୁ ସେଥିପାଇଁ ଆମେ ତାଙ୍କ ଗସ୍ତର ପ୍ରଥମ ଦିନରେ କୌଣସି ରାଜନୈତିକ କାର୍ଯ୍ୟକ୍ରମ ରଖିନାହୁଁ।

Leave a Reply

Your email address will not be published. Required fields are marked *

Back to top button