ଉଦ୍ଧାର ହେଲେ ଗଞ୍ଜାମର ୫ ଅପହୃତ ମତ୍ସ୍ୟଜୀବୀ

ଛତ୍ରପୁର : ଆନ୍ଧ୍ରପ୍ରଦେଶର ଭବନପୋଡା ସାମୁଦ୍ରିକ ଥାନା ଅଞ୍ଚଳରୁ ଅପହୃତ ଗଞ୍ଜାମର ୫ ଜଣ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରାଯାଇ ଆର୍ଯ୍ୟପଲ୍ଲୀକୁ ଅଣାଯାଉଛି। ସେମାନଙ୍କୁ ଆନ୍ଧ୍ର ମତ୍ସ୍ୟଜୀବୀ ଅପହରଣ କରି ନେଇଥିଲେ।

ଖବର ଅନୁଯାୟୀ ଛତ୍ରପୁର ବ୍ଲକ୍‌ ସାନଆର୍ଯ୍ୟପଲ୍ଲୀ ଗ୍ରାମର ୧୯ ଜଣ ମତ୍ସ୍ୟଜୀବୀ ଗତକାଲି ସକାଳେ ମାଛ ମାରିବାକୁ ସମୁଦ୍ରକୁ ଯାଇଥିଲେ। ସେମାନଙ୍କ ମଧ୍ୟରୁ ୫ଜଣ ମତ୍ସ୍ୟଜୀବୀଙ୍କୁ ଟ୍ରଲର୍‌ରେ ମାଛ ମାରୁଥିବା ଆନ୍ଧ୍ରର ମତ୍ସ୍ୟଜୀବୀମାନେ ଅପହରଣ କରି ନେଇଥିବା ଥାନାରେ ଅଭିଯୋଗ ହୋଇଥିଲା। ପୋଲିସ ତଦନ୍ତରୁ ଜଣାପଡିଛି ଓଡ଼ିଶା ଉପକୂଳ ନିଷିଦ୍ଧାଞ୍ଚଳ ଭିତରକୁ ପଶି ଆନ୍ଧ୍ର ମତ୍ସ୍ୟଜୀବୀ ମାଛ ମାରିବାକୁ ବିରୋଧ କରିବା‌ରୁ ସମୁଦ୍ର ଭିତରେ ଉଭୟ ପକ୍ଷ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଗଞ୍ଜାମର ୫ ଜଣ ମତ୍ସ୍ୟଜୀବୀଙ୍କୁ ଆନ୍ଧ୍ର ମତ୍ସ୍ୟଜୀବୀ ଅପହରଣ କରି ନେଇଥିଲେ। ସେମାନେ ହେଲେ କେ. ବାବାଜୀ, ଏନ୍‌. କାମେୟା, ବି. ମୋହନ, ଜି. ଏରେୟା ଓ ଜି. ଜାଙ୍ଗାଲି।

Leave a Reply

Your email address will not be published. Required fields are marked *

Back to top button