ପ୍ରିୟଙ୍କାଙ୍କ ଘୋଷଣା : ଜିତିଲେ ଛାତ୍ରୀଙ୍କୁ ଦେବୁ ସ୍ମାର୍ଟଫୋନ୍‌ ଓ ସ୍କୁଟି

ଲକ୍ଷ୍ନୌ : ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ​​ମହିଳାମାନଙ୍କୁ ୪୦ ପ୍ରତିଶତ ଟିକେଟ୍ ପ୍ରତିଶ୍ରୁତି ପରେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ଆଜି ଆଉ ଏକ ଘୋଷଣା କରିଛନ୍ତି। ସେ କହିଛନ୍ତି କଂଗ୍ରେସ କ୍ଷମତାକୁ ଫେରେ ତାହେଲେ ସମସ୍ତ ଦ୍ୱାଦଶ ପାସ୍‌ ଛାତ୍ରୀଙ୍କୁ ମାଗଣାରେ ସ୍ମାଟଫୋନ୍‌ ଓ ସ୍ନାତକ ପାସ୍‌ ଝିଅମାନଙ୍କୁ ଇଲେକ୍‌ଟ୍ରିକ୍‌ ଚାଳିତ ସ୍କୁଟି ଦିଆଯିବ।

ଖବର ଅନୁଯାୟୀ ପ୍ରିୟଙ୍କା କହିଛନ୍ତି ଗତକାଲି ମୁଁ କିଛି ଛାତ୍ରୀମାନଙ୍କୁ ଭେଟିବାରୁ ସେମାନେ କହିଥିଲେ ଅଧ୍ୟୟନ ଓ ସୁରକ୍ଷା ପାଇଁ ସ୍ମାର୍ଟଫୋନ୍ ଆବଶ୍ୟକ। ମୁଁ ଅତ୍ୟନ୍ତ ଖୁସି ଯେ ଆଜି ୟୁପି କଂଗ୍ରେସ ନିର୍ବାଚନ ଇସ୍ତାହାର କିମଟି ସହ ଆଲୋଚନା କରିଥିଲା। ନିଷ୍ପତ୍ତି ଅନୁଯାୟୀ ଯଦି ଆସନ୍ତା ବର୍ଷ କଂଗ୍ରେସ ଶାସନକୁ ଫେରେ ତେବେ ଝିଅମାନଙ୍କୁ ଇଲେକଟ୍ରିକ୍‌ ଚାଳିତ ସ୍କୁଟି ଓ ସ୍ମାର୍ଟ ଫୋନ୍‌ ପ୍ରଦାନ କରାଯିବ ବୋଲି ଟ୍ୱିଟ୍ କରି ସୂଚନା ଦେଇଛନ୍ତି ପ୍ରିୟଙ୍କା। ସୂଚନାଯୋଗ୍ୟ ଆସନ୍ତାବର୍ଷ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ହେବ।

Leave a Reply

Your email address will not be published. Required fields are marked *

Back to top button