ଜୁନ୍ ପହିଲାରୁ କର୍ଣ୍ଣାଟକରେ ମହିଳାଙ୍କ ପାଇଁ ମାଗଣା ବସ୍ ସେବା

ବେଙ୍ଗାଲୁରୁ : କର୍ଣ୍ଣାଟକରେ ମହିଳାମାନଙ୍କୁ ଜୁନ୍ ପହିଲାରୁ ମାଗଣା ବସ୍ ଯାତ୍ରା ସୁବିଧା ମିଳିବ। ଜୁନ୍ ପହିଲାରେ ବସିବାକୁ ଥିବା କ୍ୟାବିନେଟ୍ ବୈଠକ ପରେ ଏହା କାର୍ଯ୍ୟକାରୀ ହେବ, ଏହି ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ରାମଲିଙ୍ଗା ରେଡ୍ଡୀ।
ପରିବହନ ମନ୍ତ୍ରୀ ଶ୍ରୀ ରେଡ୍ଡୀ ଗଣମାଧ୍ୟମକୁ କହିଛନ୍ତି ଏହି ଯୋଜନା ସମ୍ପର୍କରେ ଅଧିକାରୀଙ୍କ ଠାରୁ ଏକ ରିପୋର୍ଟ ମେ’ ୩୧ ତାରିଖରେ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟାଙ୍କୁ ପ୍ରଦାନ କରାଯିବ। କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ପରେ ଏହାକୁ କାର୍ଯ୍ୟକାରୀ କରାଯିବ। କର୍ଣ୍ଣାଟକ ରାଜ୍ୟ ସଡ଼କ ପରିବହନ ନିଗମ (କେଏସଆରଟିସି)ର ଜଣେ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି ମନ୍ତ୍ରୀ ରାଜସ୍ୱ ଓ ବସ୍ ଫ୍ଲିଟ୍ର ସ୍ଥିତି ସମେତ ସମସ୍ତ ବିବରଣୀ ନେଇଛନ୍ତି। କର୍ଣ୍ଣାଟକରେ ମହିଳା ଯାତ୍ରୀମାନଙ୍କୁ ନିଗମ କିପରି ମାଗଣା ବସ୍ ସେବା ପ୍ରଦାନ କରିପାରିବ ସେ ବିଷୟରେ ନିଗମ କର୍ତ୍ତୃପକ୍ଷଙ୍କ ସହ ମନ୍ତ୍ରୀ ବିଶଦ ଭାବେ ଆଲୋଚନା କରିଛନ୍ତି।



























