ଆଗୁଆ ଜାମିନ ପାଇଁ ହାଇକୋର୍ଟକୁ ଗଲେ ଜୟ ନାରାୟଣ ମିଶ୍ର

ଭୁବନେଶ୍ଵର : ଦୁଇଟି ମାମଲାରେ ଆଗୁଆ ଜାମିନ ପାଇଁ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ସୂଚନା ମିଳିଛି। ଚଳିତ ବର୍ଷ ସମ୍ବଲପୁର ଟାଉନ ଥାନାରେ ଦାୟର ଏକ ମାମଲା ଓ ଗତ ବର୍ଷ କ୍ଷେତରାଜପୁର ଥାନା ମାମଲାରେ ଜୟନାରାୟଣ ଜାମିନ ଆବେଦନ କରିଛନ୍ତି ।

ଖବର ଅନୁଯାୟୀ ଚଳିତବର୍ଷ ଫେବୃଆରୀରେ ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ବେଳେ ଆଇନ ଶୃଙ୍ଖଳା ଦାୟିତ୍ୱରେ ଥିବା ଧନୁପାଲି ଥାନାର ମହିଳା ଆଇଆଇସିଙ୍କ ସହ ମୁହାଁମୁହିଁ ଘଟଣା ଘଟିଥିଲା। ସେଥିପାଇଁ ଜୟନାରାୟଣ ଓ ସମର୍ଥକଙ୍କ ବିରୋଧରେ ଟାଉନ ଥାନାରେ ମାମଲା ଦାୟର ହୋଇଥିଲା। ଗତବର୍ଷ କ୍ଷେତରାଜପୁର ଥାନା ଅଂଚଳରେ ଏକ ବସ୍ତି ଉଛେଦ ସମୟରେ ସଦର ତହସିଲଦାରଙ୍କୁ କର୍ତ୍ତବ୍ୟ ପାଳନରେ ଅବରୋଧ କରିବା ଅଭିଯୋଗରେ ମାମଲା ଦାୟର ହୋଇଥିଲା। ଏ ଦୁଇ ମାମଲାରେ ଆଗୁଆ ଜାମିନ ପାଇଁ ଜୟ ନାରାୟଣ ଗତକାଲି ଆବେଦନ କରିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button