ସୀମା ଓ ବସ ମ୍ୟାନେଜରଙ୍କ ହ୍ଵାଟସ ଆପ ଚାଟ ସାମ୍ନାକୁ ଆସିଲା

ନୂଆଦିଲ୍ଲୀ : ପାକିସ୍ତାନୀ ମହିଳା ସୀମା ହାଇଦର ଓ ପ୍ରେମିକ ସଚିନ ମିନାଙ୍କୁ ନେଇ ପ୍ରତିଦିନ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ପାକିସ୍ତାନରୁ ନେପାଳ ଆସିବା ସମୟରେ ତାଙ୍କୁ ସାହାଯ୍ୟ କରିଥିବା ପାକିସ୍ତାନୀ ଟ୍ରାଭେଲ ଏଜେନ୍ସି ସମ୍ପର୍କରେ ସୀମା ଗଣମାଧ୍ୟମକୁ କହିଥିଲେ। ରବିବାର ସୀମା ଓ ଜଣେ ବସ ମ୍ୟାନେଜରଙ୍କ ହ୍ଵାଟସ ଆପ ଚାଟ ସାମ୍ନାକୁ ଆସିଛି।

ଏହି ଚାଟରେ ପାକିସ୍ତାନୀ ମହିଳା ସୀମାଙ୍କୁ ନେପାଳରୁ ଭାରତ ଆଣିଥିବା ବସର ନମ୍ବର ଓ ଯେଉଁଠାରୁ ମଇ ୧୨ ସକାଳ ୭ଟାରେ ବସ ବାହାରିଥିଲା ତାହାର ଲୋକେସନ ପଠାଯାଇଥିଲା। ମ୍ୟାନେଜର ପ୍ରସନ୍ନା ଗୌତମ ସୀମାଙ୍କୁ ଗୁଗୁଲ ପେ ଜରିଆରେ ପେମେଣ୍ଟ କରିବାକୁ କହିଥିଲେ। ଏହାର ଉତ୍ତରରେ ସୀମା ସଚିନ ମିନାଙ୍କ ନମ୍ବର ପଠାଇ କହିଥିଲେ ଭାଇ ୟାଙ୍କୁ ମେସେଜ ପଠାଇ ଦିଅନ୍ତୁ। ଏହି ଚାଟରେ ଆଗକୁ ବସ ମ୍ୟାନେଜର ଲେଖିଛନ୍ତି ବାକିଥିବା ପେମେଣ୍ଟ ପଠାଇବା ପରେ ସ୍କ୍ରିନ ସଟ ପଠାଇଦେବ।

ରିପୋର୍ଟ ଅନୁଯାୟୀ ନେପାଳରୁ ଭାରତ ଆସିବା ସମୟରେ ସୀମାଙ୍କ ପାଖରେ ଅର୍ଥ ନଥିଲା। ତେଣୁ ସୀମାଙ୍କୁ ଭାରତ ଆସିବା ସମୟରେ ଯାହା ଆର୍ଥିକ ସମସ୍ୟା ଦେଖା ଦେଇଥିଲା ତାହାକୁ ଭାରତରେ ରହି ପ୍ରେମିକ ସଚିନ ପୂରଣ କରିଥିଲେ। ଏହାଛଡା ସଚିନ ମିନା ବସ ଏଜେଣ୍ଟଙ୍କୁ ଗ୍ରେଟର ନୋଏଡାରୁ ଫୋନ କରି ଟି‌କେଟ ବୁକ କରିବାକୁ କହିବା କହିଥିଲେ। ପୋଖରାରୁ ତାଙ୍କ ସ୍ତ୍ରୀ ଓ ଦୁଇ ପିଲା ଆସୁଛନ୍ତି। ସେ ସୀମା ଓ ଦୁଇପିଲାଙ୍କର ମୁସଲମାନ ନାମ ନଜଣାଇ ହିନ୍ଦୁ ନାମ ଜଣାଇଥିଲେ।

Leave a Reply

Your email address will not be published. Required fields are marked *

Back to top button