ଖଲିସ୍ତାନୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ : ପଞ୍ଜାବ ଓ ହରିୟାଣାର ଏନଆଇଏର ଚଢଉ

ନୂଆଦିଲ୍ଲୀ : ସାନ୍ ଫ୍ରାନ୍ସିସ୍କୋସ୍ଥିତ ଭାରତୀୟ ଦୂତାବାସ ଆକ୍ରମଣ ଘଟଣାରେ ଜାତୀୟ ତଦନ୍ତକାରୀ ଏଜେନ୍ସି ବା ଏନ୍ଆଇଏ ପଞ୍ଜାବ ଓ ହରିୟାଣାର ୧୪ଟି ସ୍ଥାନରେ ଚଢ଼ଉ କରିଛି।

ଖବର ଅନୁଯାୟୀ ଏନଆଇଏ କହିଛି ହରିୟାଣାର କୁରୁକ୍ଷେତ୍ର ଓ ଯମୁନାନଗରରେ ଚଢଉ କରାଯାଇଛି। ସେହିପରି ପଞ୍ଜାବର ଜଳନ୍ଧର, ମୋଗା, ଲୁଧିଆନା ଓ ପଟିଆଲା ସମେତ କେତେକ ଅଞ୍ଚଳରେ ଚଢଉ ହୋଇଛି। ଏହି ମାମଲାର ତଦନ୍ତ ପାଇଁ ୨୦୨୩ ଅଗଷ୍ଟରେ ସାନ୍ ଏନଆଇଏ ଫ୍ରାନ୍ସିସ୍କୋ ଗସ୍ତକରି ତଥ୍ୟ ସଂଗ୍ରହ କରିଥିଲା। ଏହାଛଡା ଭାରତୀୟ ଦୂତାବାସ ଉପରେ ଆକ୍ରମଣ ଯୋଜନା କରିଥିବା କିଛି ଲୋକଙ୍କୁ ଚିହ୍ନଟ କରାଯାଇଛି।

ଏନଆଇଏର ମୁଖପାତ୍ର କହିଛନ୍ତି ମାର୍ଚ୍ଚ ୧୯ ଓ ଜୁଲାଇ ୨ରେ ଦୂତାବାସ ଉପରେ ଆକ୍ରମଣ ହୋଇଥିଲା। କାର୍ଯ୍ୟାନୁଷ୍ଠାନ ସମୟରେ ଅଭିଯୁକ୍ତଙ୍କ ସମ୍ପର୍କିତ ତଥ୍ୟ ଥିବା ଡିଜିଟାଲ ଡାଟା ଓ ଅନ୍ୟାନ୍ୟ ଆପତ୍ତିଜନକ କାଗଜପତ୍ର ଜବତ କରାଯାଇଛି।

Leave a Reply

Your email address will not be published. Required fields are marked *

Back to top button