ଜିଲ୍ଲାପାଳଙ୍କ ଅଫିସ୍‌ରୁ ଚୋରି

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାପାଳଙ୍କ ଅଫିସ୍‌ରୁ ଚୋରି ହୋଇଛି। ରବିବାର ଛୁଟି ଦିନରେ ଏହି ଘଟଣା ଘଟିଥିବା ଅଭିଯୋଗ ହୋଇଛି।

ଖବର ଅନୁଯାୟୀ ରବିବାର ରାତିରେ ଦୁର୍ବୃତ୍ତମାନେ ଗ୍ରୀଲ୍‌ ଓ ତାଲା ଭାଙ୍ଗି ତଳ ମହଲାରେ ପଶିଥିଲେ। ନିର୍ବାଚନ ଉପ ବିଭାଗ କକ୍ଷ ଓ ଡେପୁଟି କଲେକ୍ଟରଙ୍କ ଅଫିସ୍‌ରୁ ୪ଟି ମନିଟର, ଦୁଇଟି ସିପିୟୁ ସହ ଗୋଟିଏ ପ୍ରିଣ୍ଟର ନେଇଯାଇଛନ୍ତି। ଆଜି ସକାଳେ କର୍ମଚାରୀମାନେ ଅଫିସ୍‌ ଆସି ଗ୍ରୀଲ୍‌ ଭାଙ୍ଗିଥିବା ଦେଖିବାକୁ ପାଇଥିଲେ। ଏନେଇ ନବରଙ୍ଗପୁର ଟାଉନ୍‌ ଥାନାକୁ ସୂଚନା ଦିଆଯିବାରୁ ପୋଲିସ ମାମଲା ରୁଜୁ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ତଦନ୍ତ କରିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button