୨୬ ସପ୍ତାହ ପରେ ଗର୍ଭପାତ ହୋଇପାରିବନି : ସୁପ୍ରିମ କୋର୍ଟ

ନୂଆଦିଲ୍ଲୀ : ୨୬ ସପ୍ତାହ ପରେ ଗର୍ଭପାତା ହୋଇପାରିବନି। ସୁପ୍ରିମ କୋର୍ଟ ଗର୍ଭପାତ ଆବେଦନକୁ ଅଗ୍ରାହ୍ୟ କରିବା ସହ ଏଭଳି ରାୟ ଦେଇଛନ୍ତି।

ଖବର ଅନୁଯାୟୀ ମାନସିକ ରୋଗରେ ଆକ୍ରାନ୍ତ ଜଣେ ମହିଳା ଗର୍ଭଧାରଣର ୨୬ ସପ୍ତାହ ପରେ ଗର୍ଭପାତ ପାଇଁ ଅନୁମତି ମାଗିଥିଲେ। କିନ୍ତୁ ସୁପ୍ରିମ କୋର୍ଟର ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ ଖଣ୍ଡପୀଠ କହିଥିଲେ ଏବେ ଗର୍ଭପାତ ପାଇଁ ଅନୁମତି ଦେଲେ ମେଡିକାଲ ଟର୍ମିନେସନ୍ ଅଫ୍ ପ୍ରେଗ୍ନାନ୍ସି (ଏମ୍‌ଟିପି) ଆଇନର ଧାରା ୩ ଓ ୫ର ଉଲ୍ଲଂଘନ ହେବ। ମେଡିକାଲ ବୋର୍ଡର ରିପୋର୍ଟ ଅନୁଯାୟୀ ମା’ର ଜୀବନ ପ୍ରତି କୌଣସି ବିପଦ ନାହିଁ। ଭ୍ରୂଣରେ ମଧ୍ୟ କୌଣସି ଅସ୍ଵାଭାବିକତା ନାହିଁ। ଏଭଳି ସ୍ଥଳେ ଗର୍ଭପାତ ପାଇଁ ଅନୁମତି ଦିଆଯାଇ ପାରିବ ନାହିଁ।

Leave a Reply

Your email address will not be published. Required fields are marked *

Back to top button