ବୃହସ୍ପତି ଚଳନ : ଏହି ରାଶିର ବ୍ୟକ୍ତି ପାଇବେ ଶୁଭଫଳ

ଜ୍ୟୋତିଷ ଶାସ୍ତ୍ରରେ ଦେବଗୁରୁ ବୃହସ୍ପତିଙ୍କୁ କୁହାଯାଏ ଜ୍ଞାନ, ଶିକ୍ଷକ, ସନ୍ତାନ, ବଡ଼ ଭାଇ, ଶିକ୍ଷା, ଧାର୍ମିକ କାର୍ଯ୍ୟ, ପବିତ୍ର ସ୍ଥାନ, ଧନ, ଦାନ, ପୂଣ୍ୟ ଓ ବୃଦ୍ଧିର କାରକ ଗ୍ରହ। ଚଳିତମାସ ୧୪ରେ ବୃହସ୍ପତି ଧନୁ ରାଶିରୁ ମକର ରାଶିରେ ପ୍ରବେଶ କରି ନଭେମ୍ବର ୨୦ ପର୍ଯ୍ୟନ୍ତ ରହିବେ। ଏହି ରାଶି ପରିବର୍ତ୍ତନ ଯୋଗୁ କେତେକ ରାଶିର ବ୍ୟକ୍ତିଙ୍କ ଭାଗ୍ୟଦୋୟ ହେବ। ଆସନ୍ତୁ ଜାଣିବା କେଉଁ ରାଶିର ବ୍ୟକ୍ତିଙ୍କୁ ମିଳିବ ଶୁଭଫଳ।

ମେଷ : ମକର ରାଶିରେ ଦେବଗୁରୁ ବୃହସ୍ପତିଙ୍କ ପ୍ରବେଶ ହେତୁ ମେଷ ରାଶିର ବ୍ୟକ୍ତି ଶୁଭ ଫଳ ପାଇବେ। ଆର୍ଥିକ ପକ୍ଷ ଦୃଢ ହେବା ସହିତ ପ୍ରତିଷ୍ଠା ଓ ପଦବୀରେ ବୃଦ୍ଧି ଘଟିବ। ଶିକ୍ଷା କ୍ଷେତ୍ର ସହ ଜଡିତ ଲୋକଙ୍କ ପାଇଁ ଏହି ସମୟ ଫଳପ୍ରଦ ହେବ।

ସିଂହ : ସିଂହ ରାଶିର ବ୍ୟକ୍ତିମାନଙ୍କର ଲାଭ ହେବ। ଆଧ୍ୟାତ୍ମିକ ଓ ଧାର୍ମିକ କାର୍ଯ୍ୟକଳାପରେ ଅଂଶଗ୍ରହଣ କରିବାର ସୁଯୋଗ ପାଇବେ। ଚାକିରି ଓ ବ୍ୟବସାୟରେ ଅଗ୍ରଗତି ହେବ। ବୈବାହିକ ଜୀବନ ସୁଖମୟ ହେବ। ନୂତନ ଯାନବାହାନ କିମ୍ବା ଘର କିଣିବାର ସମ୍ଭାବନା ରହିବ।

ବିଛା : ବିଛା ରାଶିର ଲୋକଙ୍କ ପାଇଁ ବୃହସ୍ପତିଙ୍କ ରାଶି ପରିବର୍ତ୍ତନ କୌଣସି ବରଦାନ ଠାରୁ କମ୍ ନୁହେଁ। ଆର୍ଥିକ ସମସ୍ୟାରୁ ମୁକ୍ତି ମିଳିବ। ନୂତନ ଯାନବାହାନ କିମ୍ବା ଘର କିଣିବାର ସମ୍ଭାବନା ରହିଥିବା ବେଳେ କାର୍ଯ୍ୟରେ ସଫଳତା ପ୍ରାପ୍ତ କରିବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।

ଧନୁ : ଧନୁ ରାଶିର ବ୍ୟକ୍ତିଙ୍କ ପାଇଁ ଭଲ ସମୟ ଆସୁଛି। ଚାକିରି ଓ ବ୍ୟବସାୟ ପାଇଁ ଶୁଭ ହେବ। ବିବାହିତ ଜୀବନରେ ସୁଖ ଅନୁଭବ କରିବେ। କର୍ମକ୍ଷେତ୍ରରେ କାର୍ଯ୍ୟ ପ୍ରଶଂସିତ ହେବ।

Leave a Reply

Your email address will not be published. Required fields are marked *

Back to top button