ଚନ୍ଦ୍ରପୃଷ୍ଠରେ ପ୍ରଜ୍ଞାନ ଉଠାଇଲା ବିକ୍ରମର ଫଟୋ

ନୂଆଦିଲ୍ଲୀ : ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡର ବିକ୍ରମ ଫଟୋ ଉଠାଉ ଥିବାବେଳେ ପ୍ରଥମ କରି ରୋଭର୍ ପ୍ରଜ୍ଞାନରେ ଲାଗିଥିବା ଅତ୍ୟାଧୁନିକ କ୍ୟାମେରା କାର୍ଯ୍ୟକ୍ଷମ ହୋଇଛି। ଏହି କ୍ୟାମେରାରେ ଲ୍ୟାଣ୍ଡର ବିକ୍ରମର ଚିତ୍ର ଉତ୍ତୋଳନ କରିଛି ପ୍ରଜ୍ଞାନ। ଇସ୍ରୋ ଫଟୋ ସେୟାର୍ କରି କହିଛି ରୋଭରରେ ଥିବା ନାଭକ୍ୟାମଗୁଡିକ ବେଙ୍ଗାଲୁରୁର ଇଲେକ୍ଟ୍ରୋ-ଅପ୍ଟିକ୍ସ ସିଷ୍ଟମ ଦ୍ୱାରା ଲାବୋରେଟୋରୀରେ ବିକଶିତ ହୋଇଛି।

ଖବର ଅନୁଯାୟୀ ଚନ୍ଦ୍ରଯାନ-୩ ଅଗଷ୍ଟ ୨୩ରେ ଚନ୍ଦ୍ରପୃଷ୍ଠରେ ସଫଳ ଅବତରଣ କରିଥିଲା। ଏହା ପରଠାରୁ ନୂଆ ନୂଆ ତଥ୍ୟ ପଠାଉଛି। ଚନ୍ଦ୍ରପୃଷ୍ଠର ତାପମାତ୍ରା ସହ ଖଣିଜ ପଦାର୍ଥର ଅନୁସନ୍ଧାନ କରୁଛି। ଗତକାଲି ରୋଭର ଚନ୍ଦ୍ରର ଦକ୍ଷିଣ ମେରୁରେ ଅମ୍ଳଜାନର ଅନୁସନ୍ଧାନ କରିଥିବା ବେଳେ ସେଠାରେ ସଲଫର, ଆଲୁମିନିୟମ୍, କ୍ୟାଲସିୟମ୍, ଆଇରନ୍, କ୍ରୋମିୟମ୍, ଟାଇଟାନିୟମ୍, ମାଙ୍ଗାନିଜ୍, ସିଲିକନ୍ ଥିବା ଜାଣିବାକୁ ପାଇଛି। ଇସ୍ରୋ କହିଛି ୧୪ ଦିନ ପର୍ଯ୍ୟନ୍ତ ଚନ୍ଦ୍ରଯାନ-୩ ତଥ୍ୟ ପଠାଇବ। ବର୍ତ୍ତମାନ ୭ଦିନ ଶେଷ ହୋଇଥିବା ବେଳେ ଆଉ ୭ ଦିନ ମଧ୍ୟରେ ଚନ୍ଦ୍ରପୃଷ୍ଠର ଆହୁରି ନୂଆ ତଥ୍ୟ ପ୍ରଦାନ କରିବ ବୋଲି ଆଶା ରଖାଯାଇଛି।

Leave a Reply

Your email address will not be published. Required fields are marked *

Back to top button