ଲକ୍ଷ୍ମୀପୁର ଘଟଣାକୁ ନରସଂହାର କହିଲେ ରାହୁଲ

ନୂଆଦିଲ୍ଲୀ : ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଖିରିରେ ରବିବାର କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରଙ୍କ ଗାଡି ମାଡିଯାଇ କୃଷକଙ୍କ ମୃତ୍ୟୁ ଘଟଣାକୁ ନରସଂହାର ଦର୍ଶାଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଏଥିସହ ସେ କିଷାନ ସତ୍ୟାଗ୍ରହ ଜିନ୍ଦାବାଦର ନାରା ଦେଇଛନ୍ତି।

ରାହୁଲ୍ ଟ୍ଵିଟ୍ କରି କହିଛନ୍ତି ଯିଏ ଏହି ଅମାନବୀୟ ନରସଂହାର ଦେଖି ଚୁପ୍ ରହିଛି, ପୂର୍ବରୁ ସେ ମରି ସାରିଛି। ମାତ୍ର ଏହି ବଳିଦାନକୁ ବ୍ୟର୍ଥ ହେବାକୁ ଦିଆଯିବ ନାହିଁ- କିଷାନ ସତ୍ୟାଗ୍ରହ ଜିନ୍ଦାବାଦ। ସୂଚନାଯୋଗ୍ୟ ସଂଯୁକ୍ତ କିଷାନ ମୋର୍ଚ୍ଚାଙ୍କ ଅଭିଯୋଗ ଅନୁଯାୟୀ ଗୃହ ରାଜ୍ୟମନ୍ତ୍ରୀ ଅଜୟ ଟେନିଙ୍କ ପୁଅ ଆଶିଷ ମିଶ୍ର ନିଜ ଗାଡିରେ ତିନି କୃଷକଙ୍କୁ ଦଳିମାରି ଦେଇଛନ୍ତି। ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଜିଡିପି ମୁକୁଲ ଗୋଏଲ ଏଡିଜି ଆଇନ ବ୍ୟବସ୍ଥା ପ୍ରଶାନ୍ତ କୁମାରଙ୍କୁ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button