ବଲାଙ୍ଗୀରି : ରାଜାଘର ନାଁରେ ମାମଲା

ଭୁବନେଶ୍ଵର : ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂଦେଓଙ୍କ ସାନ ବୋହୂ ଅଦ୍ରିଜା ସିଂ କରିଥିବା ଅଭିଯୋଗ ଆଧାରରେ ଡେରାଡୁନ ରାଜପୁର ଥାନାରେ ପାରିବାରିକ ହିଂସା ମାମଲା ରୁଜୁ ହୋଇଛି। ସେ ସ୍ୱାମୀ ଅର୍କେଶଙ୍କ ସମେତ ଶ୍ୱଶୁର ଅନଙ୍ଗ ଉଦୟ, ଶାଶୁ ବିଜୟଲକ୍ଷ୍ମୀ ଦେବୀ, ଦେଢ଼ଶୁର କଳିକେଶ ଓ ବଡ଼ ଯାଆ ମେଘନାଙ୍କ ବିରୋଧରେ ଯୌତୁକ ଓ ନିର୍ଯାତନା ଅଭିଯୋଗ ଆଣିଥିଲେ।

ସୂଚନାଯୋଗ୍ୟ ଅଦ୍ରିଜା ଅଭିଯୋଗ କରିଥିଲେ ଶ୍ୱଶୁର ଅନଙ୍ଗ ଉଦୟ ସିଂ ଦେଓ, ବିଜୟ ଲକ୍ଷ୍ମୀ ଦେବୀ, ମେଘନା ରାଣା ଗତ ପାଞ୍ଚବର୍ଷ ଧରି ମାନସିକ ନିର୍ଯାତନା ଦେଉଥିଲେ। ଏପରିକି ତାଙ୍କ ବେଡ୍‌ରୁମ୍‌ରେ କ୍ୟାମେରା ଲଗାଯାଇଥିଲା। ତାଙ୍କୁ ଗାଳିଗୁଲଜ ଓ ଧମକଚମକ ଦିଆଯାଉଥିଲା। ମ୍ୟାନେଜରଙ୍କ ମାଧ୍ୟମରେ ତାଙ୍କୁ ହତ୍ୟା ପାଇଁ ଉଦ୍ୟମ କରାଯାଇଥିଲା। ହେଲେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବାର ସେ ଉତ୍ତରାଖଣ୍ଡ ଡିଜିପିଙ୍କୁ ଭେଟିବା ପରେ ମାମଲା ରୁଜୁ ହୋଇଛି।

Leave a Reply

Your email address will not be published. Required fields are marked *

Back to top button