ନୂଆଦିଲ୍ଲୀ : କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍ଓ)ର ଘୋଷଣା ଅନୁଯାୟୀ ଭବିଷ୍ୟନିଧି ପାଣ୍ଠି (ପିଏଫ୍) ଆକାଉଣ୍ଟରେ ସୁଧ ଜମା କରିବା ପ୍ରକ୍ରିୟା ଆରମ୍ଭ ହୋଇଛି।
ଖବର ଅନୁଯାୟୀ କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ଭୂପେନ୍ଦ୍ର ଯାଦବ କହିଛନ୍ତି ଇପିଏଫଓ ୨୪ କୋଟିରୁ ଅଧିକ ଆକାଉଣ୍ଟରେ ସୁଧ ଜମା କରିସାରିଛି। ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଇପିଏଫ୍ ଆକାଉଣ୍ଟର ଜମା ଉପରେ ସୁଧ ହାର ରହିଛି ୮.୧୫ ପ୍ରତିଶତ। ଇପିଏଫ୍ଓ ସ୍ପଷ୍ଟ କରିଛି ଏହି ପ୍ରକ୍ରିୟା ଚାଲିଥିବା ବେଳେ ଖୁବ୍ ଶୀଘ୍ର ଜମାଖାତାରେ ପ୍ରତିଫଳିତ ହେବ। ଥରେ ସୁଧ ଜମା ହେବା ପରେ ଏହାକୁ ସଂଗୃହୀତ କରି ସମ୍ପୂର୍ଣ୍ଣ ପରିଶୋଧ କରାଯିବ। ଯାହା ଫଳରେ ସୁଧର କୌଣସି କ୍ଷତି ହେବ ନାହିଁ। ଏଥିପାଇଁ ଜମାକାରୀମାନଙ୍କୁ ଧୈର୍ଯ୍ୟ ରଖିବାକୁ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ ପରାମର୍ଶ ଦେଇଛି।