ନାବାଳକ ପରେ ମହିଳାଙ୍କୁ ମାରିଲା ବାଘ

ନୂଆପଡା : ସଦର ରେଞ୍ଜ ଧରମବନ୍ଧା ସେକ୍ସନରେ କଲରାପତରିଆ ବାଘ ଆତଙ୍କ ସୃଷ୍ଟି କରିଛି। ନାବାଳକକୁ ମାରିବା ପରେ ଜଣେ ମହିଳାଙ୍କୁ ଖାଇଯାଇଥିବାରୁ ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି।

ଖବର ଅନୁଯାୟୀ ସୁନାବେଡ଼ା ଅଭୟାରଣ୍ୟ ସିରିଆରିବାହାର ଗ୍ରାମରେ ମହିଳା ରାମେଶ୍ରୀ ମାଝୀ ଗତକାଲି ଶୌଚ ହେବାପାଇଁ ଘର ବାହାରକୁ ଆଉ ଫେରିନଥିଲେ। ଘରଲୋକେ ତାଙ୍କୁ ଖୋଜି ପାଇନଥିଲେ। କିନ୍ତୁ ଆଜି ସକାଳେ ରାମେଶ୍ରୀଙ୍କୁ ବାଘ ଖାଉଥିବା ‌ଦେଖିବାକୁ ମିଳିଥିଲା। ଲୋକେ ବାଘକୁ ଘଉଡ଼ାଇବାକୁ ଉଦ୍ୟମ କରିଥିଲେ। ହେଲେ ବାଘ ସେମାନଙ୍କୁ ଆକ୍ରମଣ କରିବାରୁ ଭୟରେ ପଳାଇ ଆସିଥିଲେ। ସୂଚନାଯୋଗ୍ୟ ଗତ ୩୦ ତାରିଖରେ ସୁନାବେଡ଼ା ଅଭୟାରଣ୍ୟ କଟିଙ୍ଗପାଣି ଗାଁ ଗୋଧସପଡ଼ାର ନାବାଳକ ଡମ୍ବରୁଧର ଧରୁଆକୁ ବାଘ ମାରି ଦେଇଥିଲା।

Leave a Reply

Your email address will not be published. Required fields are marked *

Back to top button