ସୀମା ହାଇଦରଙ୍କ ପାଇଁ ପାକିସ୍ତାନରେ ମନ୍ଦିର ଉପରେ ଆକ୍ରମଣ

ଇସଲାମାବାଦ : ଏବେ ଚର୍ଚ୍ଚାର ପାକିସ୍ତାନର ସୀମା ହାଇଦର ଓ ସଚିନଙ୍କ ପ୍ରେମ କାହାଣୀ। କିନ୍ତୁ ସଚିନଙ୍କ ପାଇଁ ସୀମା ଭାରତ ପଳାଇ ଆସିବା ପରେ ତାଙ୍କୁ ପାକିସ୍ତାନ ପଠାଇବାକୁ ଦାବି ହୋଇଛି। ଏଥିପାଇଁ ମିଳିଛି ଧମକ। ମନ୍ଦିର ଉପରେ ଆକ୍ରମଣ ହେବ ବୋଲି କୁହାଯାଇଛି। ଏବେ ଧମକକୁ କାର୍ଯ୍ୟକାରୀ କରିଛି ଡକାୟତ ଗ୍ୟାଙ୍ଗ। ପାକିସ୍ତାନର ସିନ୍ଧ ପ୍ରଦେଶର କାଶମୋରରେ ଥିବା ଏକ ହିନ୍ଦୁ ମନ୍ଦିର ଉପରେ ରକେଟ୍ ଲଞ୍ଚରରେ ଆକ୍ରମଣ କରିଥିବା ବେଳେ ୩୦ ଜଣ ହିନ୍ଦୁଙ୍କୁ କିଛି ସମୟ ବନ୍ଧକ ରଖିଥିବା ସୂଚନା ମିଳିଛି।

ଖବର ଅନୁଯାୟୀ ଗୌସପୁର ଥାନା ଅଧୀନସ୍ଥ ଏକ ଉପାସନାସ୍ଥଳୀ ଓ ଆଖପାଖ ସମ୍ପ୍ରଦାୟର ଘରେ ସଶସ୍ତ୍ର ଡକାୟତମାନେ ଆକ୍ରମଣ କରିବା ସହିତ ମହିଳା ଓ ଶିଶୁମାନଙ୍କୁ ବନ୍ଧକ ରଖିଥିଲେ। ଖବର ପାଇ କାସମୋର-କନ୍ଧକୋଟ ଏସଏସପି ଇରଫାନ ସମମୋଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚିବା ପରେ ଅପରାଧୀମାନେ ପଳାଇଯାଇଥିଲେ।

ପାକିସ୍ତାନ ସଂବାଦପତ୍ର ଡନ୍ ରିପୋର୍ଟ କରିଛି ଡକାୟତମାନେ ମନ୍ଦିର ଉପରକୁ ରକେଟ୍ ଲଞ୍ଚର ମାଡ଼ କରିଥିଲେ। ହେଲେ ଆକ୍ରମଣ ସମୟରେ ମନ୍ଦିର ବନ୍ଦ ଥିଲା। ବାଗରୀ ସମ୍ପ୍ରଦାୟ ଦ୍ୱାରା ପରିଚାଳିତ ଧାର୍ମିକ ସେବା ପାଇଁ ପ୍ରତିବର୍ଷ ଏହା ଖୋଲାଯାଇଥାଏ। ଆକ୍ରମଣ ପରେ ସନ୍ଦିଗ୍ଧ ଆକ୍ରମଣକାରୀମାନେ ସେଠାରୁ ପଳାଇଯାଇଥିଲେ। ପୋଲିସ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ୍ ଚଳାଇଛି। ଡକାୟତ ଦଳରେ ୮ରୁ ୯ ଜଣ ବନ୍ଧୁକଧାରୀ ଥିବା ଏସଏସପି ସାମ୍ମୋ ଅନୁମାନ କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button