ଆତଙ୍କୀଙ୍କ ଗୁଳିରେ ୨ ଯବାନ ସହିଦ

ଶ୍ରୀନଗର : ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲ୍ଲା ଅନ୍ତର୍ଗତ ମେନ୍ଧାର ସବ ଡିଭିଜନର ନାରଖାସ ଜଙ୍ଗଲରେ ଚାଲିଥିବା ଆତଙ୍କବାଦୀ ବିରୋଧୀ ଅଭିଯାନ ବେଳେ ୨ ଜଣ ଯବାନ ପ୍ରାଣ ହରାଇଛନ୍ତି।

ଖବର ଅନୁଯାୟୀ ପୁଞ୍ଚ ଓ ରଜୌରୀ ମଧ୍ୟରେ ଥିବା ଜଙ୍ଗଲରେ କିଛି ଆତଙ୍କୀ ଲୁଚି ରହିଥିବା ଗୁରୁବାର ରାତିରେ ଖବର ମିଳିଥିଲା। ସୋମବାର ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରିଥିବା ଆତଙ୍କବାଦୀ ଜଙ୍ଗଲରେ ଲୁଚିଥିବା ସୂଚନା ମିଳିବା ପରେ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ। ହେଲେ ହଠାତ୍‌ ସେମାନେ ଗୁଳିମାଡ଼ କରିବାରୁ କିଛି ଯବାନ ଆହତ ହୋଇଥିଲେ। ସେମାନଙ୍କୁ ତୁରନ୍ତ ଏୟାରଲିଫ୍ଟ କରାଯାଇଥିଲେ ହେଁ ଚିକିତ୍ସାଧୀନ ଅବସ୍ଥାରେ ଜଣେ ଜିସିଓ ଓ ଅନ୍ୟ ଜଣେ ଯବାନ ପ୍ରାଣ ହରାଇଛନ୍ତି।

ଏବେ ସର୍ଚ୍ଚ ଅପରେସନ ଜାରି ରହିଥିବ ବେଳେ ରଜୌରୀ ଓ ପୁଞ୍ଚ ଜିଲ୍ଲାର ପାହାଡ଼ିଆ ଅଞ୍ଚଳରେ ଗାଡ଼ି ଚଳାଚଳ ବନ୍ଦ କରିଦିଆଯାଇଛି। ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହିତ ବିମ୍ବେର ଗଲି ଓ ସୁରାନକୋଟେ ମଧ୍ୟରେ ସମସ୍ତ ପ୍ରକାରର ସାଧାରଣ ଯାତାୟାତକୁ ବନ୍ଦ କରାଯାଇଛି। ଏହାଛଡା କୁପୱାଡାରେ ବିଏସ୍‌ଏଫର ୧୭୨ ବାଟାଲିୟନ ଓ ଏସ୍ଓଜି ପକ୍ଷରୁ ଯାଞ୍ଚ କରାଯାଉଥିବା ବେଳେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ଗୋଟିଏ କମ୍ପାସ ଠାବ ହୋଇଛି। ଏଥିରେ ରହିଛି ଗୋଟିଏ ଏକେ-୪୭ ବନ୍ଧୁକ, ୪ଟି ମାଗାଜିନ, ୭୨୦ ରାଉଣ୍ଡ ଗୁଳି, ୩ଟି ୱେୟାର ଲେସ୍‌ ସେଟ୍ସ, ୮ଟି ଡିଟେନେଟୋର, ୩ଟି ଚାଇନିଜ ହ୍ୟାଣ୍ତ ଗ୍ରେନଡ।

Leave a Reply

Your email address will not be published. Required fields are marked *

Back to top button