ପ୍ରେମିକ କୁନାଲଙ୍କୁ ବାହାହେଲେ ମୁକ୍ତି ମୋହନ

ମୁମ୍ବାଇ : କଣ୍ଠଶିଳ୍ପୀ ନୀତି ମୋହନ ଓ ନୃତ୍ୟଶିଳ୍ପୀ ଶକ୍ତି ମୋହନଙ୍କ ଭଉଣୀ ମୁକ୍ତି ମୋହନଙ୍କର ଆଜି ବିବାହ ହୋଇଛି। ପ୍ରେମିକ କୁନାଲ ଠାକୁରଙ୍କୁ ବାହା ହୋଇଥିବା ବେଳେ ସୋସିଆଲ ମିଡିଆରେ ଫଟୋ ସେୟାର କରିଛନ୍ତି। ଯାହା ଭାଇରାଲ ହେବାରେ ଲାଗିଛି।
ଖବର ଅନୁଯାୟୀ ମୁକ୍ତି ମୋହନଙ୍କ ପ୍ରେମିକ କୁନାଲ ଠାକୁର ଜଣେ ଅଭିନେତା। ଇନଷ୍ଟାଗ୍ରାମରେ କୁନାଲ ବେଶ ସକ୍ରିୟ। ମୁକ୍ତି ମୋହନ ଓ କୁନାଲ ଠାକୁର ନିଜ ଇନଷ୍ଟା ହ୍ୟାଣ୍ଡେଲରେ ବିବାହର ଅନେକ ଫଟୋ ସେୟାର କରିଥିବା ବେଳେ କ୍ୟାପସନରେ ଲେଖିଛନ୍ତି ‘ତୁମ ସହିତ ଭେଟ ହେବା ଭାଗ୍ୟ। ଭଗବାନ, ପରିବାର ଓ ବନ୍ଧୁମାନଙ୍କଠାରୁ ଆଶୀର୍ବାଦ ପାଇଥିବାରୁ ଆମେ କୃତଜ୍ଞ। ଜୀବନର ଏ ଯାତ୍ରା ପାଇଁ ଆପଣମାନେ ଆମକୁ ଆଶୀର୍ବାଦ କରନ୍ତୁ’। ସୂଚନାଯୋଗ୍ୟ ମୁକ୍ତି ମୋହନ ବ୍ଲଡ଼ ବ୍ରଦର୍ସ, ସାହେବ, ବିବି ଓର ଗ୍ୟାଙ୍ଗଷ୍ଟର, ମୁରାନ୍, ଦାରୁଭୁ, ହେଟଷ୍ଟୋରି, ଟୋପିୱାଲା, କାଞ୍ଚି, ଦିଲ୍ ହେ ହିନ୍ଦୁସ୍ତାନୀ ପ୍ରମୁଖ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ।